କୋରାପୁଟ(ପ୍ରତିଫଳନ ମିଡିଆ)
କୋରାପୁଟ ମେଡିକାଲ୍ କଲେଜରେ ଆଜି ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ମହିଳାଙ୍କ ପେଟରୁ ୨୫ କେଜି ବିଶିଷ୍ଟ ଏକ ଟ୍ୟୁମର ବାହାର କରାଯାଇଛି। ସୂଚନା ଅନୁସାରେ ଜୟପୁର ସହର ମୁଖି ଖୁଡୁପି ଡ଼ଙ୍ଗରଛିଞ୍ଚି ଅଞ୍ଚଳର ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଦୀର୍ଘ୍ ଦିନ ହେବ ପେଟରେ ବ୍ୟଥା ଲାଗି ରହିଥିଲା। ବହୁ ମେଡ଼ିକାଲ ବୁଲିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେଉ ନଥିଲା। ଶେଷରେ କୋରାପୁଟ ମେଡିକାଲ୍ ରେ ଚିକିତ୍ସା ବେଳେ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଜଣା ପଡିଥିଲା। ଏହାକୁ ଅପରେସନ କରି ବାହାର କରିବା ପାଇଁ ପ୍ରଫେସର ଡାକ୍ତର ସୁଜାତା ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଡାକ୍ତରୀ ଟିମ୍ ରେ ଡାକ୍ତର ମିଳନ ସିହ୍ନା, ଡାକ୍ତର ପ୍ରଭାତୀରାଣୀ ମିଶ୍ର ଓ ଡାକ୍ତର ଗୋପାଳ ନାୟକ ପ୍ରମୁଖ ସାମିଲ ଥିଲେ।
ଆଉ ଏହି ଡାକ୍ତରୀ ଟିମ ସଫଳତାର ସହ ଟ୍ୟୁମରକୁ ବାହାର କରିପାରିଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର କରି ଏସଏଲ ଏନ ମେଡ଼ିକାଲ କଲେଜ ସଫଳତାର ନୂଆ ଫର୍ଦ୍ଦ ଯୋଡିଛି ।