( ପ୍ରତିଫଳନ ମିଡ଼ିଆ)
ନୂତନ ରାୟଗଡ଼ା ରେଳ ଡିଭିଜନର ଭିତ୍ତି ଭୂମି ସ୍ଥାପନର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଶେଷ ହୋଇଛି । ୨୪ଘଣ୍ଟା ମଧ୍ୟରେ ଆଜି ନୂଆ ଡିଭିଜନର ଡିଆରଏମଙ୍କୁ ନିଯୁକ୍ତି କରିଛି ରେଳ ବିଭାଗ । ରାୟଗଡା ରେଳ ଡିଭିଜନର ପ୍ରଥମ ଡିଆରଏମ ହେଲେ ଅମିତାଭ ସିଙ୍ଗ।ଲ । ପ୍ରଧାନମନ୍ତ୍ରୀ ଓ ରେଳ ବିଭାଗର ତ୍ୱରିତ ପଦକ୍ଷେପକୁ ବ୍ରହ୍ମପୁର ସାଂସଦ ଡ:ପ୍ରଦୀପ ପାଣିଗ୍ରାହୀ,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,କୋରାପୁଟ ଓ କଳାହାଣ୍ଡି ସାଂସଦ କୃତଜ୍ଞତା ଜଣାଇଛନ୍ତି । ରାୟଗଡ଼ା ନାଗରିକ ମଞ୍ଚ , ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି, ପକ୍ଷରୁ ବାଦଲ ତା, କୀର୍ତ୍ତି ଚନ୍ଦ୍ର ସାହୁ ,ଶ୍ୟାମ ସୁନ୍ଦର ଦାସ,ରାମଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ରାଜ୍ୟ ଜନଜାତି ମୋର୍ଚ୍ଚାର ବିଦ୍ୟାଧର ଶବର,ବସନ୍ତ ଉଳାକା , କୋରାପୁଟ,ରାୟଗଡ଼ା,ନବରଙ୍ଗପୁର, ମାଲକାନାଗିରି ,ଗଞ୍ଜାମ,ଗଜପତ୍ବି ଓ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି କର୍ମକର୍ତ୍ତା ମାନେ କୃତଜ୍ଞତା ଜଣାଇଛନ୍ତି ।
ରେଳ ମନ୍ତ୍ରୀଙ୍କ ସୁପାରିଶକ୍ରମେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ସହିତ ରେଲୱେ ମନ୍ତ୍ରଣାଳୟ ଏଇ ନିଷ୍ପତ୍ତି ନେଇଛି । ଅମିତାଭ ସିଙ୍ଗାଲ, NFHAG / IRSEE / ICF, ଦକ୍ଷିଣ କୋଷ୍ଟ ରେଲୱେ DRM ରୁ DRM ରାୟଗଡା (ନୂତନ ବିଭାଜନ) କୁ ବଦଳି ହୋଇ ଅବସ୍ଥାପିତ ହେବେ । ଏହାଦ୍ବାରା ଡିଭିଜନର କାମ ତ୍ବରାନ୍ବିତ ହେବ ।
ଜାନୁୟାରୀ 6ତାରିଖ ଦିନ ଡିଆରଏମଙ୍କ ପ୍ରଶାସନିକ କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। 7ତାରିଖରେ ନୂତନ ଡିଆରଏମ ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ତଥା ରେଳ ବିଭାଗ ।
107କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ନୂତନ ଡିଆରଏମ କୋଠା ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରେଳ ମନ୍ତ୍ରୀ ଆଶ୍ୱନୀ ବୈଷ୍ଣବ ମଧ୍ୟ ଯୋଗଦେଇଥିଲେ। ରାୟଗଡ଼ା ସମାବେଶରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ,କୋରାପୁଟ ସାଂସଦ ସପ୍ତ ଗିରି ଶଙ୍କର ଉଲକା,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ବ୍ରହ୍ମପୁର ସାଂସଦ ଡ଼: ପ୍ରଦୀପ ପାଣିଗ୍ରାହୀ,କଳାହାଣ୍ଡି ସାଂସଦ ପ୍ରତ୍ୟୁଷ ରାଜଶ୍ରୀ ଦେବୀ ଙ୍କ ସମେତ ଜିଲ୍ଲାର ବିଧାୟକ ମାନେ ଯୋଗଦେଇ ଥିଲେ। ୨୪ ଘଣ୍ଟା ମଧ୍ୟରେ ଡିଆରଏମ୍ ନିଯୁକ୍ତି କେନ୍ଦ୍ର ସରକାରଙ୍କ ଅଞ୍ଚଳର ରେଲୱେର ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତା ରହିଥିବା ସ୍ପଷ୍ଟ ହୋଇଛି।ମୋଦୀ ସରକାର ଯାହା କୁହନ୍ତି ତାହା ତୁରନ୍ତ କରି ଦେଖାଇଥାନ୍ତି ବୋଲି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।