(ପ୍ରତିଫଳନ ମିଡ଼ିଆ)
ରାୟଗଡା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ମଣ୍ଡି ରେ ଅବ୍ୟବସ୍ଥା | ମଣ୍ଡି ରେ ଧାନ ଶୀଘ୍ର ବିକ୍ରି ଓ ଆଇ ସ୍କାନ୍ ହୋଇ ପାରୁ ନଥିବା ଅଭିଯୋଗ ରେ 326 ନମ୍ବର ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ ଉତ୍ୟକ୍ତ ଚାଷୀ | ଖବର ପାଇ ପୋଲିସ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଗୁଣୁପୁର ବିଧାୟକ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ | ହେଲେ ମଧ୍ଯ ଚାଷୀ ବୁଝି ନଥିଲେ | ଅନ୍ୟ ପଟେ ରାସ୍ତା ଅବରୋଧ ପରେ ରାୟଗଡା ଓ ବ୍ରହ୍ମପୁର ପଟୁ ଯାନବାହାନ ଗୁଡିକ ଦୀର୍ଘ ସମୟ ଧରି ଅଟକି ରହିଥିଲା | ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା | ପଦ୍ମପୁର ବ୍ଲକର ଖିଲାମୁଣ୍ଡା ମଣ୍ଡିକୁ ଅଧିକ ଧାନ ଆସୁଥିବା ବେଳେ ଧାନ କମ୍ କିଣିବା ପାଇଁ ଟାର୍ଗେଟ ଦିଆ ଯାଉଛି ଯାହା ଫଳରେ ଚାଷୀ ଧାନ ବିକ୍ରି କରି ନପାରି ଦିନ ଦିନ ଶୀତ କାକର ରେ ଅପେକ୍ଷା କରିବାକୁ ପଡୁଛି ଅନ୍ୟପଟେ ଟୋକନର ଅବଧି ଶେଷ ହେବାକୁ ବସିଛି | ତେଣୁ ଖିଲାମୁଣ୍ଡା ମଣ୍ଡି କୁ ଧାନ ବିକ୍ରି କରିବା ପାଇଁ ଅଧିକ ଟାର୍ଗେଟ ଦିଆ ଯିବା ପାଇଁ ଚାଷୀ ପ୍ରତିଶ୍ରୁତି ମାଗିଥିଲେ | ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶୃତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରି ଥିଲେ |