ଏନ୍ଏଚ ୨୬ରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି◆ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ପାଲଟିଛି ଯନ୍ତ୍ରଣା ଦାୟକ◆ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ଦାବି

ପ୍ରତିଫଳନ ମିଡ଼ିଆ

୨୬ ନମ୍ବର୍ ଜାତୀୟ ରାଜପଥରେ ଯାତ୍ରା କରିବା ଯନ୍ତ୍ରଣା ଦାୟକ ହୋଇଛି ।
କୋରାପୁଟ ରୁ ସୁନାବେଡ଼ା ବା ସେମିଳିଗୁଡା ୨୨କିମି ଦୂର ଯିବାକୁ ପଡୁଛି ୨ରୁ ୩ଘଣ୍ଟା । ତାହାବି କେତେବେଳେ ପହଁଚିବେ ତାର ଠିକ୍ ଠିକଣା ନାହିଁ । ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଚାଲୁ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଖୋଳି କଂକ୍ରିଟ କାମ ଚାଲୁ ରହିଛି ।ଫଳରେ ବ୍ୟସ୍ତ ବହୁଳ ୨୬ ନମ୍ବର୍ ଜାତୀୟ ରାଜପଥ ଅଣ ଓସାରିଆ ହୋଇପଡିଛି ।ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ମାଲ ବୋଝେଇ ଗାଡ଼ି ଚଳା ଚଳ କରୁଛି । ଗାଡ଼ି ଗୁଡ଼ିକ ଅନ୍ୟ ଗାଡ଼ିକୁ ରାସ୍ତା ଦେଲାବେଳେ ପିଚୁ ରାସ୍ତା ତଳକୁ ଗାତକୁ ଖସି ପଡୁଛି ଚକା। ସେଠାରେ ଅଟକି ରହିଯାଉଛି ଗାଡ଼ି ।ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇପଡିଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହି ଅଚଳା ଅବସ୍ଥା ସୃଷ୍ଟି ହେଉଛି । ମାତ୍ର ୧୫ ରୁ ୨୨ କିମି ରାସ୍ତା କୁ ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଲାଗି ଯାଉଛି । ତାହାବି ପହଞ୍ଚିବା ଅନିଶ୍ଚିତତା ସୃଷ୍ଟି କରିଛି ।

କୋରାପୁଟ – ସୁନାବେଡ଼ା ରାସ୍ତାର ମୋହନପଡ଼ା , ଡୁମୁରିପୁଟ ଠାରେ ଅଧିକାଂଶ ସମୟ ଗାଡ଼ି ଗୁଡିକ ଅଟକି ରହୁଛି , ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଗାଡ଼ି ଅଟକି ରହୁଛି । ଜାତୀୟ ରାଜପଥ କର୍ତୃପକ୍ଷଙ୍କ
ଅପରିଣାମ ଦର୍ଷିତା ଯୋଗୁଁ ଲୋକେ ହେଉଛନ୍ତି ହନ୍ତ ସନ୍ତ ।

ରାସ୍ତା କାମ ଆରମ୍ଭ ହେବା ପୂର୍ବରୁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରି ନଥିବାରୁ ଏଭଳି ଅସୁବିଧା ଘଟୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିକଳ୍ପ ରାସ୍ତା ରେ ଗାଡ଼ି ଚଲା ଚଳ ର ବ୍ୟବସ୍ଥା କରିବାକୁ ଯାତ୍ରୀ ଓ ଗାଡ଼ି ଚାଳକ ମାନେ ନିବେଦନ କରିଛନ୍ତି ।

Oplus_16777216

Spread the love