ପ୍ରତିଫଳନ ମିଡିଆ
କୋରାପୁଟ-ରାୟଗଡା ରେଳପଥରେ ଟନେଲ ମଧ୍ୟରୁ ପଥର ଖସିଲା। ରେଳ ଧାରଣା ଉପରେ ପଥର ପଡିଲା । ଛିଣ୍ଡିଗଲା ଓଭର ହେଡଡ ଇକ୍ୟୁପ ମେଣ୍ଟ ତାର । ୪ଘଣ୍ଟାର କସରତ ପରେ କୋରାପୁଟ- ରାୟଗଡା ରେଳ ପଥରେ ରେଳ ଚଳା ଚଳ ହେଲା ସ୍ବାଭାବିକ ।
ରାତି ପ୍ରାୟ ୩. ୩୦ ମିନିଟ। କାକିରିଗୁମା -ଲକ୍ଷ୍ମୀପୁର ରେଳ ଷ୍ଟେସନ ମଧ୍ୟରେ ଥିବା ୩ ନଂ ଟନେଲରେ ୫୮ କିଲୋମିଟର ପୟଣ୍ଟରେ ହଠାତ ରେଳ ଧାରଣା ଉପରେ ପଥର ଖସିପଡିଥିଲା । ପଥର ପଡିବାରୁ ବିଦ୍ୟୁତ ସରୋବରାହ ବିଛିନ୍ନ ହୋଇଯାଇଥିଲା ।ଫଳରେ କୋରାପୁଟ ରାୟଗଡା ରେଳ ପଥରେ ସକାଳ ୮ଟା ପର୍ଯ୍ୟନ୍ତ ରେଳ ଚଳା ଚଳ ଠପ ହୋଇପଡିଥିଲା । କୋରାପୁଟରୁ ବିଶେଷଜ୍ଞ ସହ ଉଧାର କାରୀ ଦଳ ଘଟଣା ସ୍ଥଳରେ ପହଂଚି ରେଳ ପଥରୁ ପଥର ହଟାଇ ଥିଲେ । ଓଭର ହେଡଡ ଇକ୍ୟପମେଣ୍ଟ ମରାମତି କରି ବିଦ୍ୟୁତ ସରୋବରାହ ବ୍ୟବସ୍ଥାକୁ ସଜାଡିବା ପରେ ରେଳ ଚଳା ଚଳ ସ୍ବାଭାବିକ ହୋଇଥିଲା ।
କୋରାପୁଟ ଅଭିମୁଖେ ଯାଉଥିୁବା ରାଉରକେଲା ଟ୍ରେନ ଲକ୍ଷ୍ମୀପୁର ରେ ଅଟକି ରହି ଥିଲା ,ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ୨ଘଣ୍ଟା ବିଳମ୍ବ ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚଳା ଚଳ କରିଥିଲା । ରାଉରକେଲା ଇଣ୍ଟରସିଟି ଟ୍ରେନ ଯିବା ବେଳେ ଟନେଲ ମଧ୍ୟରେ ଏହି ଘଟଣା ଘଟିଥିଲେ ବହୁ ଧନ ଜୀବନ କ୍ଷତି ହୋଇଥାନ୍ତା ।
୫୮ କିମି ଦୁର କୋରାପୁଟରୁ ଉଧାରକାରୀ ଟିମ ଘଟଣା ସ୍ଥଳରେ ପହଂଚି ଉଧାର କାର୍ଯ୍ୟ ସାରିବା ସହ OHE ବିଦ୍ୟୁତ ବ୍ୟବସ୍ଥା ସଜାଡିଥିଲେ ।ରେଳ ବିଭାଗର ତ୍ବରିତ ପଦକ୍ଷେପ ଯୋଗୁଁ ରେଳ ଚଳା ଚଳ ସ୍ବାଭାବିକ ହୋଇପାରିଲା ।ହେଲେ ଟନେଲ ମଧ୍ୟରେ ପଥର କିଭଳି ଖସିଲା ତାର କାରଣ ଯାଂଚ କରୁଛି ରେଳ ବିଭାଗର ବିଶେଷଜ୍ଞ
ଟିମ ।