(ପ୍ରତିଫଳନ ମିଡ଼ିଆ)
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ପଦ୍ମପୁର ବ୍ଲକ୍ ବିଜେପି ତରଫରୁ ପଣ୍ଡିତ ଦିନ ଦୟାଲଉପାଧ୍ୟାୟ ଙ୍କ ସମର୍ପଣ ଦିବସ ପାଳନ କରାଯାଇଥିଲା। ବିଜେପି ଜିଲ୍ଲା ଉପସଭାପତି ଉଦୟ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର ପଣ୍ଡା, ବରିଷ୍ଠ ନେତା ୱାର୍ଡା ବାବୁ, ବନ କଂସବେହେରା, ରମେଶ ଚନ୍ଦ୍ର ପଣ୍ଡା, ଆଖୁସିଙ୍ଗ୍ ମଣ୍ଡଳ ସଭାପତି ଉତ୍ତରା ସାହୁ, କୁଜେନ୍ଦ୍ରି ମଣ୍ଡଳ ସଭାପତି ଧନୁ ବେହେରା ଉପସ୍ଥିତ ଥିଲେ।ଉତ୍ତରା ସାହୁ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ବଳନ କରିଥିଲେ। ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ଦିନଦୟାଲଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିଥିଲେ।ପରିଶେଷରେ ଯୁବ ନେତା ନଚିକେତା ସାହୁ ଧନ୍ୟଵାଦ ଅର୍ପଣ କରିଥିଲେ।ଏଥିରେ ପଦ୍ମପୁର ବ୍ଲକର ବିଭିନ୍ନ ପଂଚାୟତର୍ ଅନେକ କର୍ମୀ ଉପସ୍ଥିତ ଥିଲେ।