ପ୍ରତିଫଳନ ମିଡ଼ିଆ
ବାଲି ଚୋରା ଚାଲାଣକୁ ଧରିବା ପାଇଁ କୋରାପୁଟ ଡିଆଜି ଙ୍କ କଡ଼ା ନିର୍ଦ୍ଦେଶ। ନିର୍ଦ୍ଦେଶ କୁ ପାଳନ କରିଛି ପୋଲିସ। ବାଲି ଚୋରା ଚାଲାଣ ବେଳେ ଚାରୋଟି ବାଲି ବୋଝେଇ ଗାଡିକୁ ଜବତ କରିଛି ସୁନାବେଡା ପୋଲିସ । କୋରାପୁଟ ଜିଲ୍ଲାରେ ବ୍ୟାପକ ଖଣିଜ ସମ୍ପଦ ଓ ବାଲି ଲୁଟ ହେଉଥିବା ନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା । ଫଳରେ ପୋଲିସ ଏ ଦିଗରେ ସତର୍କ ଦୃଷ୍ଟି ରଖିଥିଲା ।
ଅଖିଲେସ୍ବର ସିଂହ ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଜି ଭାବେ କୋରାପୁଟ ରେ ଦାୟୀତ୍ଵ ଗ୍ରହଣ କରିବା ପରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଚୋରା ଚାଲାଣ ହେଉଥିବା ଅଭିଯୋଗ ଶୁଣି ଏହା ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନା କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୁନାବେଡା ପୋଲିସ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି ।ସୁନାବେଡ଼ା ପୋଲିସର ସ୍ଵତନ୍ତ୍ର ଟିମ ଚଢ଼ାଉ କରି ଚାରୋଟି ବାଲି ବୋଝେଇ ଗାଡିକୁ ଜବତ କରି ମାମଲା ରୁଜ୍ଜୁ କରିଛି । ଗୋଟେ ହାଇବା ସହ ତିନୋଟି ଟ୍ରାକ୍ଟରକୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ଜବତ କରିଛି । ଏଥିରେ ସମ୍ପୃକ୍ତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଆଗାମୀ ଦିନରେ ଧରପଗଡ଼ ବ୍ୟାପକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
