ଡମ୍ବସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର

(ପ୍ରତିଫଳନ ମିଡ଼ିଆ)

ଗୁଣୁପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର(SDTP) ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହକ ଓ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ଭାସ୍କର ସାମନ୍ତରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଜାନୁୟାରୀ 6 ତାରିଖରୁ 13 ତାରିଖ ଯାଏଁ ଯୁକ୍ତ 2 ପ୍ରଥମ ବର୍ଷର ସମସ୍ତ ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଚାଲୁ ରହିଥିଲା। ଏହି ଶିବିର ରେ ଯୋଗ, ପ୍ରାଣୟମ ଓ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ତାଲିମ ଦିଆଯାଇଥିଲା। ଶୁଶ୍ରୀ କେତକୀ ଗମାଙ୍ଗ ଓ ଶୁଶ୍ରୀ ଗୌରୀ ଶବର ଦୁଇଜଣ ପ୍ରଶିକ୍ଷକ ନିତ୍ୟ ତାଲିମ ପ୍ରଦାନ କରିଥିବା ସ୍ଥଳେ ଶ୍ରୀ ସନ୍ତୋଷ ହୋତା, ଶ୍ରୀ ସହଦେଵ ମଲ୍ଲିଫୁଲ, ମନୋଜ ଶବର, ଦେବରାଜ ସେନାପତି ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love