ବିପନ୍ନଙ୍କ ସେବାରେ ଉତ୍କଳ ବିପନ୍ନ ସହାୟତା ସମିତି.୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ .

ପ୍ରତିଫଳନ ମିଡ଼ିଆ

ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଓ ଉତ୍କଳମଣି ସେବା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ନୂଆଦିଲ୍ଲୀର ରାଷ୍ଟ୍ରୀୟ ସେବା ଭାରତୀ ଯୁଗ୍ମ ସାଧାରଣ ସମ୍ପାଦକ ବିଜୟ ପୁରାନିକ୍ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଥିଲେ। ସମିତି ଦ୍ୱାରା ଚାଲୁଥିବା ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ମହାବିପତି ସମୟରେ ବନ୍ଧୁ ଭାବେ ଠିଆ ହୋଇ ସେବା ଯୋଗାଇ ଆକ୍ରାନ୍ତଙ୍କ ମୁହଁରେ ହସ ଫୁଟାଇବା ସବୁ ଠାରୁ ମହତ ଓ ମହାନ ସେବା ଅଟେ ।

ମହାବାତ୍ୟା ସମୟରେ ସମିତିର ସ୍ବୟଂ ସେବକଙ୍କ ସେବା ଓ ଦାହ ସଂସ୍କାର, ହୁଡହୁଡ ବାତ୍ୟା, ଭୁଜର ଭୂମିକମ୍ପ, ତିତିଲି, ଫନି ବାତ୍ୟା ତଥା ଉତରାଖଣ୍ଡର ପ୍ରଳୟଙ୍କାରୀ ବନ୍ୟା ସମୟରେ ସ୍ବୟଂ ସେବକ ମାନଙ୍କର ଉତ୍ସର୍ଗୀକୃତ ସେବାର ପଟାନ୍ତର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । ନିଜେ ଜଣେ ସ୍ବୟଂ ସେବକ ହୋଇଥିବାରୁ ଲୋକଙ୍କ ସୁଖ , ଦୁଃଖରେ ସାଥିହୋଇ ସମାଜ ସେବା କରିବା ଶିଖି ପାରିଛି । ସେବା ଦ୍ବାରା ସଂସ୍କାର ମିଳିଥାଏ ,ସଂସ୍କାର ଦ୍ବାରା ସମାଜର ହିତ ପାଇଁ ପ୍ରେରଣା ଯୋଗାଇ ଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେବାରେ ଯେଉଁ ଆନନ୍ଦ ମିଳେ ଅନ୍ୟ କୌଣସିଥିରେ ମିଳି ନଥାଏ ।କ୍ଷମତା,ପଦ ପଦବୀ କେବଳ ସାମୟିକ ସମୟ ପାଇଁ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ । ଏହା ସହ ସେବା ସମ୍ବନ୍ଧୀତ ତଥ୍ୟ ବେଦ ଓ ଉପନିଷଦରୁ ଉଦାହରଣମାନ ଦେଇଥିଲେ।

ସ୍ମରଣିକା ‘ସେବା ତର୍ପଣ’ ଉନ୍ମୋଚିତ

ଏହି ଅବସରରେ ସ୍ମରଣିକା ‘ସେବା ତର୍ପଣ’ କୁ ମୂଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ । ମୁଖ୍ୟବକ୍ତା ପୁରାନିକ୍‌ ତାଙ୍କ ବକ୍ତବ୍ୟରେ ସେବାର ମହତ୍ଵ ଓ ଗୁରୁତ୍ବ ଉପରେ ବିଭିନ୍ନ ଉଦାହରଣ ମାନ ଦେଇ କହିଥିଲେ ।

ଉକ୍ତ ଉତ୍ସବରେ ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ସମର୍ପଣ କରିଥିବା ମଦ ବିରୋଧୀ ଆନ୍ଦୋଳନର ସମ୍ପାଦକ ଡ଼. ବିଜୟ କୁମାର ସ୍ୱାଇଁ ଏବଂ ଅଭିମନ୍ୟୁ ଦାସ, ଗଗନ ବିହାରୀ ପାଇଟାଲ, ଲଳିତ ରାୟ ଓ ମାନସ ରଞ୍ଜନ ପଣ୍ଡା ଆଦି ସମାଜସେବୀଙ୍କୁ ୭ମ ଉତ୍କଳମଣି ସେବା ସମ୍ମାନରେ ସମ୍ମାନୀତ କରାଯିବା ସହ ନାରୀକେଳ ଓ ଉପଢୌକନମାନ ମୁଖ୍ୟମନ୍ତ୍ରୀ ଏବଂ ପୁରାଣିକ୍‌ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ସମାଜସେବୀଙ୍କୁ ୧୧ ହଜାର ୧ ଶହ ୧ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯାଇଥିଲା।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସହ କ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା ,କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ ମିଶ୍ର, ବିଜେପି ରାଜ୍ୟ ଉପ ସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଜ୍ୟ ସମ୍ପାଦକ ଆଶୋକ ମିଶ୍ର ,କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଭୁବନେଶ୍ବର ବିଧାୟକ ବାବୁ ସିଂହ ,ପୂର୍ବତନ ପୋଲିସ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସମିତିର ସଭାପତି ଅକ୍ଷୟ କୁମାର ବିଟ୍ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଭୟ କୁମାର ସାମନ୍ତରାୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ସମ୍ପାଦକ ଅଚ୍ୟୁତା ନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ ହିମାଂଶୁ ଶେଖର ନାୟକଙ୍କ

Spread the love