ମୈତ୍ରୀ କମ୍ପାନିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ପ୍ରତିଫଳନ ମିଡ଼ିଆ

ଖଣି ଦ୍ଵାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳର ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି କରାଇ ନିଯୁକ୍ତି କରାଇବା ଉଦ୍ଦେଶ୍ୟରେ ଵୈଶୟିକ ତାଲିମ ପ୍ରଦାନ କରାଯାଉଛି । ରାୟଗଡ଼ା ଜିଲ୍ଲାର କାଶିପୁର ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ସିଜିମାଳୀ, ବାଫଳିମାଳି ଏବଂ କୋଡିଙ୍ଗା ମାଳୀ ବକ୍ସାଇଟ ମାଇନିଙ୍ଗ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କୁ ମୈତ୍ରୀ କମ୍ପାନି ତରଫରୁ ତାଲିମ ପ୍ରଦାନ କରାଯାଉଛି ।ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ଯମରେ ଖଣି ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କର ଆର୍ଥିକ ଅଭିବୃଦ୍ଧି, ବେକାରି ସମସ୍ୟା ହ୍ରାସ ଏବଂ ସାମଗ୍ରିକ ଜୀବନ ଧାରଣ ର ଉନ୍ନତି ଆଣିବା ମୂଳ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆଜ ବିଶ୍ଵ ବିଦ୍ୟାଳୟରେ ତାଲିମ ପ୍ରଦାନ ଗ୍ରହଣ କରୁଥିବା ପିଲାଙ୍କ ସମସ୍ତ ଖର୍ଚ୍ଚ ମୈତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବହନ କରୁଛି । ପିଲାଙ୍କୁ ସେଠାରେ ମାଗଣାରେ, ଦକ୍ଷତା ବିକାଶ ତାଲିମ ସହ ଅନ୍ୟାନ୍ୟ ନିଯୁକ୍ତି ଭିତିକ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୈତ୍ରୀ କମ୍ପାନି ପକ୍ଷରୁ ଉପୋରକ୍ତ ଖଣି ପ୍ରଭାବିତ ଅଞ୍ଚଳର ପ୍ରାୟ 16 ଜଣ ଯୁବକଙ୍କୁ ମାଗଣାରେ ଦକ୍ଷତା ବିକାଶ ତାଲିମ, କମ୍ପୁଟର ଶିକ୍ଷା ଏବଂ ଅନ୍ୟାନ୍ୟ ନିଯୁକ୍ତି ଭିତିକ ଶିକ୍ଷା ପ୍ରଦାନ ଏବଂ ସେମାନଙ୍କର ରହିବା, ଖାଇବା ଏବଂ ସମସ୍ତ ଆବଶ୍ୟକୀୟ ବ୍ୟବସ୍ତା କରାଯାଇଛି ।

କମ୍ପାନୀର ପ୍ରତିଷ୍ଠାତା ଟି.ଶ୍ରୀନିବାସ ରାଓ ଙ୍କର ମାର୍ଗ ଦର୍ଶନ ରେ କମ୍ପାନି ର ପରିଚାଳନା ନିର୍ଦେଶକ ଟି. ବାଲପବନ ଙ୍କ ତତ୍ତ୍ଵାବଧାନ ରେ କୌଶଳ ବିକାଶ କାର୍ଯ୍ୟ କର୍ମର ଶୁଭାରମ୍ଭ ହୋଇଛି । ମୈତ୍ରୀ କମ୍ପାନୀର ଏଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଓ ରାୟଗଡ଼ା ସାହିତ୍ୟ ମହୋତ୍ସବ କମିଟି ସ୍ଵାଗତ କରିଛି ଏବଂ ଗ୍ରାମାଞ୍ଚଳର ଆଦିବାସୀ ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ ସହଯୋଗର ହାତ ବଢ଼େଇବାକୁ ଏହାର ଅଧକ୍ଷ୍ୟ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି କହିଛନ୍ତି

Spread the love