ପିଡ଼ିଏସ ଟଙ୍କାର ଦୁରୁପଯୋଗ ଅଭିଯୋଗ ଆଣିଲେ ଆଖୁସିଂ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି◆ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ହେଲେ ଫେରାଦ

(ପ୍ରତିଫଳନ ମିଡ଼ିଆ)

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ୍ ପଞ୍ଚାୟତରେ ସୋଲାର ଲାଇଟ କିଣାରେ ବ୍ୟାପକ ଅନିୟମିତତା ହେଇଥିବା ସୋମବାର୍ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନାଏବ୍ ସରପଞ୍ଚଙ୍କ ସହ ସଭ୍ୟମାନେ ଅଭିଯୋଗ କରିଥିଲେ। ପିଡ଼ିଏସ ଅର୍ଥରେ ବେଆଇନ ଭାବେ କିଣାଯାଇଛି ସୋଲାର ଲାଇଟ । ପିଡ଼ିଏସ ଅର୍ଥକୁ ବାଟମାରଣା କରାଯାଇଥିବାରୁ ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ତେବେ ଅଭିଯୋଗ ପାଇବା  ପରେ ଏହାର ତଦନ୍ତ କରାଯିବ ବୋଲି ସେମାନଙ୍କୁ  ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହା ତୁରନ୍ତ କାର୍ଯ୍ୟକାରୀ ମଧ୍ୟ ହୋଇଥିବା ଜଣାପଡିଛି ।

ଆଖୁସିଙ୍ଗି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ମନମୁଖୀ କାମ କରୁଥିବା ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା। ବିନା ପଞ୍ଚାୟତ ବୈଠକ ଓ  ଆଲୋଚନାରେ  ମନ ମୁତାବକ କାମ କରି ଚାଲିଛନ୍ତି ସରପଞ୍ଚ । ଏହିକ୍ରମରେ ବିନା ବୈଠକ ଓ ବିନା ଟେଣ୍ଡରରେ ପିଡ଼ିଏସ ବାବଦ ୧୧ ଲକ୍ଷ ୯୦ ହଜାର ଟଙ୍କାର ସୋଲାର ଲାଇଟ କିଣାଯାଇଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ଏଭଳି ପ୍ରଚୁର ପିଡ଼ିଏସ ଟଙ୍କାକୁ ପକେଟ ମନି ଭଳି ଖର୍ଚ କରି ଚର୍ଚ୍ଚାକୁ ଆସିଛନ୍ତି ସରପଞ୍ଚ ଓ  ନିର୍ବାହୀ ଅଧିକାରୀ । ଟଙ୍କା ବାଟମାରଣା ସହ  ନିମ୍ନମାନର ସୋଲାର ଲାଇଟ କିଣା ଯାଇଥିବା ଅନୁସନ୍ଧାନରୁ ଜଣାପଡିବା ପରେ ସମସ୍ତ ନିର୍ବାଚିତ ପ୍ରତିନିଧି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଘଟଣା ପରେ ଆମ ପ୍ରତିନିଧି ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଗତ ସୋମବାର୍ ପଦ୍ମପୁର ବ୍ଲକର ଏକ ତଦନ୍ତକାରୀ ଦଳ ଏହି ଘଟଣାଟିର ସତ୍ୟାସତ୍ୟ ତଦନ୍ତ ପାଇଁ ଆଖୁସିଙ୍ଗ୍ ପଞ୍ଚାୟତ ଗ୍ରସ୍ତ କରିଥିଲେ ବୋଲି ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ କହିଥିଲେ । ତଦନ୍ତ ପରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାକୁ ଅପେକ୍ଷା କରିଛୁ । ଅନ୍ୟଥା ଏହାକୁ ନେଇ ଆନ୍ଦୋଳନ କରାଯିବା ବୋଲି ଅଭିଯୋଗକାରୀ ଲୋକପ୍ରତିନିଧିଗଣ କହିଛନ୍ତି ।

Spread the love