ସୋନୁ ସିଂ ମୃତ୍ୟୁ ମାମଲା◆ପାଞ୍ଚ ସହଯୋଗୀଙ୍କୁ ଗିରଫ କଲା ଗୁଣୁପୁର ପୋଲିସ◆ ତାର ଚୋରାଇବାକୁ ଯାଇ ମଲା ସୋନୁ

(ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁଣପୁର ଥାନା  ଆଚବା ନାଳରୁ ବିହାରି ଯୁବକ ସୋନୁ କୁମାର ସିଂ ଙ୍କ ମୃତ ଉଦ୍ଧାର ମାମଲା ର ପର୍ଦାଫାସ କରିଛି ଗୁଣପୁର ପୋଲିସ୍। 5 ଦିନ ପରେ ଘଟଣା ରେ ସଂମ୍ପୃକ୍ତି ଥିବା ପାଞ୍ଚଜଣ  କୁ ଗିରଫ କରିଛି ପୋଲିସ୍। ଗିରଫ ମାନେ ହେଲେ ଗୁଣପୁର ରଘୁନାଥ ନଗର  ପ୍ରମୋଦ କୁମାର ମହାପାତ୍ର ଓ ତାର ସଂମ୍ପର୍କୀୟ ଭାଇ ଦୀପକ କୁମାର ପାଣିଗ୍ରାହୀ, ଅଜୟ କୁମାର ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର (  ମୋହନ ) ଏହି ଚାରିଜଣ ଙ୍କ ସହ ଗୁଡାରି ର ଯାଯଲ୍ୟ ପୂଜାରି । ଗିରଫ କରାଯାଇଥିବା 5 ଜଣ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଗୁଣପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି |

ସୂଚନା ଅନୁସାରେ କୁଜେନ୍ଦ୍ରୀ  ଗ୍ରାମ ନିକଟରେ ୨୧ ତାରିଖ ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍ ତାର ଚୋରି କରିବାକୁ ଛଅ ଜଣ ଯୁବକ ଯାଇଥିଲେ। ବିଦ୍ୟୁତ୍ ଖୁଣ୍ଟ ରେ ଥିବା ଡେଡ୍ ଓ୍ବାଇର୍ ଚୋରି କରିବା ପାଇଁ ବିଳମ୍ବିତ ରାତ୍ରିରେ ଉଦ୍ୟମ କରିଥିଲେ। ଏହି ସମୟରେ ମୃତ ବିହାରି ଯୁବକ ଜଣକ ସୋନୁ କୁମାର ସିଂ ବିଦ୍ୟୁତ୍ ଖୁଣ୍ଟ ଚଢି ଯାଇଥିଲେ। ଏହାପରେ ଡେଡ୍ ଓ୍ବାଇର୍ ଧରିବା ବଦଳରେ ବିଦ୍ୟୁତ୍ ଥିବା ତାର କୁ ଧରିଦେଇଥିଲେ। ବିଦ୍ୟୁତ୍ ଆଘାତ ଲାଗିବାରୁ ତଳେ ପଡିଯାଇଥିଲେ ସୋନୁ ସିଂ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବାଇକ୍ ରେ ଧରି ଗୁଣପୁର ଅଭିମୁଖେ ଆସୁଥିଲେ। ରାସ୍ତା ରେ ସୋନୁର ମୃତ୍ୟୁ ହୋଇଯାଇଥିଲା। ଘଟଣା କୁ ଛପାଇବା ଉଦ୍ୟମ କରି ରାସ୍ତା କଡରେ ଥିବା ଆଚବା ଗ୍ରାମ ନିକଟ ନାଳରେ ପକାଇ ଚାଲି ଆସିଥିଲେ। ୨୨ ତାରିଖ ଦିନ ସକାଳେ ସ୍ଥାନିୟ ଲୋକ ଦେଖି ଗୁଣପୁର ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ ଶବକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ର ସହାୟତା ନେଇ ତଦନ୍ତ କରି ଗୁଣପୁର ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ରେ ମୃତ ଦେହ ବ୍ୟବଛେଦ କରାଇ ମୃତକ ର ପରିବାରକୁ ହସ୍ତାନ୍ତର କରିଥିଲେ। ପୋଲିସ୍  ମାମଲା ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ଅନୁଯାୟି ୧୦୬( ୧) ,୨୩୮,୩୦୩(୧),୩ ( ୫ ) ଦଫା ଲଗାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଘଟଣାର ପର୍ଦାଫାସ କରିଛି ଗୁଣପୁର ପୋଲିସ୍।

Oplus_131072

Spread the love