କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ସତ୍ୟଜିତ ଗମାଙ୍ଗ ଉପରେ କଂଗ୍ରେସ ସମର୍ଥକଙ୍କ ତୀବ୍ର ଅସନ୍ତୋଷ
ପ୍ରତିଫଳନ ମିଡ଼ିଆ
ଗୁଣପୁର. ଭକ୍ତ ଚରଣ ଦାସ ପିସିସି ସଭାପତି ନିଯୁକ୍ତି ହେବା ପରେ ରାଜ୍ୟରେ କଂଗ୍ରେସରେ ପ୍ରାଣ ସଂଚରି ଯାଇଛି ବୋଲି ଭାବିଲା ବେଳକୁ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଅବସ୍ଥା ଖରାପ ସ୍ଥିତିକୁ ପହଁଚି ସାରିଛି । ସ୍ଥାନୀୟ କଂଗ୍ରେସ ବିଧାୟକ ଓ ସାଂସଦ ନିଜ ପ୍ରତିଶ୍ରୁତି ରକ୍ଷା କରି ପାରି ନଥିବାରୁ କଂଗ୍ରେସ ସମର୍ଥିତ ସରପଞ୍ଚମାନେ ଲୋକଙ୍କୁ ମାଗିଛନ୍ତି କ୍ଷମା। ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି ।
ଗୁଡ଼ାରୀ ବ୍ଲକରେ କଂଗ୍ରେସ ବୈଠକ
ଗୁଡ଼ାରୀ ବ୍ଲକର ଖାରିଗୁଡ଼ା ଗ୍ରାମ ପଞ୍ଚାୟତର ତଳ ବଣ୍ଡାଗୁଡ଼ି ଗ୍ରାମରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାରିଗୁଡ଼ା ସରପଞ୍ଚ ସିମନ୍ ନରେଙ୍ଗାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କର୍ମୀ ସମ୍ମିଳନୀରେ ଅସଡା ସରପଞ୍ଚ ସୁଦାମ ଶବର, କର୍ଲାଘାଟି ପଂଚାୟତର ପୂର୍ବତନ ସରପଞ୍ଚ ଅଲେଖ ହିକାବାଡ଼ି , ଯୁବ ନେତା ଭାସ୍କର ଜାଗାରାଙ୍ଗ , ପେଦିନା ରମେଶ ,ନୀଳ କଣ୍ଠ ସାହୁ , ମୋନଜ ମହା ନନ୍ଦିଆ ବାଲାଜୀ ଶବର ସହ ବହୁ ବ୍ଲକ ନେତା ସାମିଲ ହୋଇ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ର ସଂଗଠନ ବୃଦ୍ଧି କରି ଯେମିତି ସଫଳତା ହାସଲ କରିବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଖାରୀଗୁଡ଼ା ସରପଞ୍ଚ ନିଜ ପ୍ରତିକ୍ରିୟା ରେ ଗୁଡ଼ାରୀ ବ୍ଲକ ରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦେଇଥିବା ପ୍ରତିଶୃତି ଏଠାରେ କଂଗ୍ରେସ ଜିତିବା ପରେ ସେହି ପ୍ରତିଶ୍ରୁତି ପାଳନ କରିନଥିବା ରୁ ବୈଠକ ରେ ଦୁଃଖ ପ୍ରକାଶ କରାଯାଇ ଲୋକଙ୍କ ପାଖରେ ଆଜି କ୍ଷମ ପ୍ରାର୍ଥନା କରିଥିଲା । ନିର୍ବାଚନରେ ବିଜୟୀ ହୋଇ ୯ ମାସ ବିତିଥିଲେ ସୁଦ୍ଧା ଥରେ ହେଲେ ଏହି ଅଞ୍ଚଳକୁ ସାଂସଦ କିମ୍ବା ବିଧାୟକ ଆସିନଥିବା ଓ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ବ୍ଲକ ର ସରପଞ୍ଚ ମାନେ ଲୋକ ଙ୍କ ପାଖରେ ନିନ୍ଦିତ ହୋଇ ଶେଷ ରେ ଆଜି ଲୋକ ଙ୍କୁ କ୍ଷମା ମାଗିଲୁ ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ ସାଂସଦ ଓ ବିଧାୟକ ଲୋକ ସମ୍ପର୍କ ରେ ନ ରହି ନିଜ ଇଚ୍ଛାରେ ପ୍ରତିନିଧିମାନ ନିଯୁକ୍ତି କରି ବେପରୁଆ ପରିସ୍ଥିତି ସୃଷ୍ଟି କରାଯାଉଥିବାରୁ ବୈଠକ ରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ବ୍ଲକ ର ପ୍ରକୃତ କଂଗ୍ରେସ କର୍ମୀ ଙ୍କ ସହ ସାଂସଦ ସପ୍ତ ଗିରି ଉଲକା କିମ୍ବା ବିଧାୟକ ସତ୍ୟଜିତ ଗମାଙ୍ଗ ଆଲୋଚନା ନ କରି ନିଜ ଇଚ୍ଛାରେ ପ୍ରତିନିଧି ନିଯୁକ୍ତି କରି କଂଗ୍ରେସ ସଂଗଠନ କୁ ଭାଙ୍ଗି ଦେଉଥିବା ରୁ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରି ଏକ କମିଟି ଗଠନ କରି ସେହି କମିଟି ସାଂସଦ ଓ ବିଧାୟକ ଙ୍କୁ ଭେଟି ଏହିସବୁ ବିଷୟରେ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକ ରେ ନିଷ୍ପତି ହୋଇଥିଲା। ଏହାପରେ ବି ଗ୍ରାମାଞ୍ଚଳ ନେତାଙ୍କ କଥା ନ ଶୁଣନ୍ତି ତେବେ ଗୁଡ଼ାରୀ ବ୍ଲକକୁ ଗସ୍ତ ବେଳେ ଆସିଲେ ତାର ଉଚିତ୍ ଜବାବ ଦେବାକୁ ବୈଠକ ରେ ନିଷ୍ପତି ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ଗୁଡ଼ାରୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ତିନି ଶହ କର୍ମୀ ଉପସ୍ଥିତ ରହିଥିଲେ । ତେବେ ଏସମ୍ପର୍କରେ ଉଭୟ ବିଧାୟକ ଓ ସାଂସଦଙ୍କ ମତାମତ ଲୋଡ଼ିବା ପାଇଁ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇପାରି ନଥିଲା ।