ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ – ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

କୋରାପୁଟରେ ମନ୍ତ୍ରୀ କଲେ ସମୀକ୍ଷା, ଜିଲ୍ଲାପାଳଙ୍କୁ କଲେ ପ୍ରଶଂସା

ପ୍ରତିଫଳନ ମିଡ଼ିଆ

କୋରାପୁଟ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଜେପି ସରକାର
ଖାଉଟି ଓ ଚାଷୀଙ୍କ ସ୍ବାର୍ଥ ପ୍ରତି ଗୁରୁତ୍ୱ ଦେଇ ଆସୁଛନ୍ତି ।ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟରେ କିଭଳି ବିକ୍ରି ହୋଇପାରିବ ସେଥିପ୍ରତି ବ୍ୟବସ୍ଥା କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଯୋଗାଣ କରାଇବାକୁ ଗୁରୁତ୍ବ ଦେବା ସହ ଚାଉଳ,ଗହମ, ତେଲ ସାବୁନ ,ଡାଲି ଭଳି ଅତ୍ୟାବଶକ ସାମଗ୍ରୀ ସୁଲଭ ମୁଳ୍ୟରେ କାର୍ଡଧାରିଙ୍କୁ ଯୋଗାଇବା ନେଇ ସରକାର ଚିନ୍ତା କରୁଥିବା ମନ୍ତ୍ରୀ କହିଥିଲେ । କାର୍ଡ ପାଇବାରେ ବଂଚିତ ଗରୀବ ଲୋକଙ୍କୁ ଚିହ୍ନଟ କରି କାର୍ଡ ବଣ୍ଟନ କରାଯିବ। ରାଜ୍ୟରେ କୌଣସି ଯୋଗ୍ୟ ଲୋକ କାର୍ଡ ପାଇବାରେ ବଞ୍ଚିତ ରହିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷ ଖରିପ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ ସଠିକ୍ ଭାବରେ କ୍ରୟ କରାଯାଇଛି । ପୂର୍ବ ସରକାରଙ୍କ ସମୟରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ଯେଉଁଭଳି ହଇରାଣ ହେଉଥିଲେ ଏବର ସରକାର ବହୁ ସୁଧାର ଆଣିଛନ୍ତି । ଧାନ କିଣିବା ବେଳେ ଚାଷୀ କଟନି ଛଟନିର ଶିକାର ନହୋଇ ସଠିକ୍ ମୂଲ୍ୟରେ ଧାନ ବିକ୍ରୀ କରିଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏ ସବୁ କ୍ଷେତ୍ରକୁ ଗୁରୁତ୍ବଦେଇ ସରକାର କାର୍ଯ୍ୟ କରିବ। ଯାହା ସବୁ ତୃଟି ରହିଛି ସେଥିରେ ସୂଧାର ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।ଏଥିନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନେ ସୁଚାରରୁପେ କାର୍ଯ୍ୟ ସମ୍ପାଦନ କରୁଥିବା କହିଛନ୍ତି ।


ଜିଲ୍ଲାପାଳ ଭି, କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ତାଲିମ୍ କେନ୍ଦ୍ର ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଜିଲ୍ଲାର ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ଅନୁଯାୟୀ ୧୮-୩-୨୦୨୫ ତାରିଖ ସୁଦ୍ଧା ଜିଲ୍ଲାର ୧୪ ଗୋଟି ବ୍ଳକ୍ ରେ ୨୪୦ ଗ୍ରାମ ପଞ୍ଚାୟତ ର ୧୮୬୫ ଗ୍ରାମରେ ସର୍ବମୋଟ ୧୧,୭୩,୬୪୧ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଏଥି ମଧ୍ୟରୁ ୧୦,୪୦,୭୯୭ ହିତାଧିକାରୀଙ୍କ ହାରାହାରି ୮୯ ପ୍ରତିଶତ କେୱାଇସି ସଂଶୋଧନ ହୋଇଥିବା ଜଣାପଡ଼ିଛି । ଚଳିତ ବର୍ଷ ଖରିଫ ଋତୁରେ ଜିଲ୍ଲା ରେ ୨୫୭୨୮୮ ମେଟ୍ରିକ୍ ଟୋନ ଧାନ କ୍ରୟ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହେଇଥିଲା। ଏଥି ନିମନ୍ତେ ୩୯,୩୩୩ ଚାଷୀମାନେ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୯,୦୬୭ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୮-୦୨-୨୦୨୫ ସୁଦ୍ଧା ୩୭,୪୭୭ ଜଣ ଚାଷୀଙ୍କ ଠାରୁ ୨୫୦୯୭୬.୫୨୯ ମେଟ୍ରିକ୍ ଟୋନ ଧାନ ସଂଗ୍ରହ କରାଯାଇଛି ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଜୟପୁର ଉପ ଜିଲ୍ଲାପାଳ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love