ଦିବ୍ୟାଙ୍ଗଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ଚେତନା ବାଣ୍ଟିଲେ ସେବା ଭାରତୀ ଓ ସକ୍ଷମ

(ପ୍ରତିଫଳନ ମିଡ଼ିଆ)

ସେବା ଭାରତୀ ଓ ସକ୍ଷମ ପକ୍ଷରୁ ରାୟଗଡା ବସଷ୍ଟାଣ୍ଡ ନିକଟରେ
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଛି । ସ୍ବାମୀ ବିବେକାନନ୍ଦଙ୍କ ନିଷ୍ଠା, ଏକାଗ୍ରତା, ବିଚକ୍ଷଣ ଧୀଶକ୍ତି ଯୋଗୁଁ ସେ ବିଶ୍ଵ ଦରବାରରେ ପ୍ରତିଷ୍ଠା ଅର୍ଜନ କରିଥିଲେ ।ବିଶ୍ଵର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛନ୍ତି ।ଲକ୍ଷ୍ୟ ହାସଲ ପାଇଁ ସ୍ବାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ ଆଜି ବି ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ । ଭାରତୀୟ ଯୁବଶକ୍ତି ପାଇଁ ସେ ଆଦର୍ଶ । ଅନ୍ୟଙ୍କୁ ନିନ୍ଦା ନ କରି ନିଜର ଧର୍ମ ରକ୍ଷା କରି ଧୈର୍ଯ୍ୟ ଧରି କର୍ମ କରି ଚାଲିଲେ ଲକ୍ଷ ସ୍ଥଳରେ ପହଞ୍ଚି ନିଶ୍ଚିତ ସଫଳତା ହାସଲ କରି ହେବ ଏହା ସେ ପ୍ରମାଣିତ କରିଯାଇଛନ୍ତି ।
ଏହି ଅବସରରେ ୫୦ ରୁ ଅଧିକ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରାଯାଇଛି | ଦିବ୍ୟାଙ୍ଗମାନଙ୍କ ସହ ସର୍ବଦା ଜଡ଼ିତ ରହିଥିବାରୁ ରାୟଗଡ଼ା ଜିଲ୍ଲା ଶାଖା ସକ୍ଷମ ଓ ସେବା ଭାରତୀକୁ ରାୟଗଡା ଭିନକ୍ଷମ ମହାସଂଘଓ ଓଡିଶା ବିକଳାଙ୍ଗ ମଞ୍ଚ ବେଶ ପ୍ରଶଂସା କରିଛି ।


| ସକ୍ଷମର ରାୟଗଡା ଜ଼ିଲ୍ଲା ସଭାପତି ଅନିତା ନନ୍ଦଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂରକ୍ଷକ ଡା ବାଦଲ କୁମାର ତା, ରାଜ୍ୟ ଉପ ସଭାପତି ରାମଚନ୍ଦ୍ର ସାହୁ, ରାଜ୍ୟ ସଚିବ ଶ୍ୟାମ ଦାଶ, ଗ୍ରାମ ବିକାଶ ରାଜ୍ୟ ସଂଯୋଜକ ସ୍ଵପ୍ନେଶ୍ଵର ପ୍ରଧାନ, ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର ପାଳକ ବିଦ୍ୟା ସାଗର, ସେବା ଭାରତୀ ରାୟଗଡା ଜ଼ିଲ୍ଲା ସଚିବ ବିଦ୍ୟା ଭୂଷଣ ପଣ୍ଡା,ରାୟଗଡା ଭିନକ୍ଷମ ମହାସଂଘର ସମ୍ପାଦକ ଜଳେନ୍ଦ୍ର ବାଚେଲି, ଓଡିଶା ବିକଳାଙ୍ଗ ମଞ୍ଚର ରାୟଗଡା ଶାଖା ସଭାପତି ରାକେଶ ହିମିରିକା, ଦିବ୍ୟାଙ୍ଗ ମିତ୍ର ସନ୍ତୋଷ ମହାପାତ୍ର, ଟି ନାଗରାଜୂ, ବିଜୟ ଉଲ୍ଲାକା ଓ ଚିଣ୍ଟୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ |

Spread the love