(ପ୍ରତିଫଳନ ମିଡିଆ)
ଓଡ଼ିଶାର ରାୟଗଡ଼ା ଜିଲ୍ଲାରୁ ଆରମ୍ଭ ହେଲା ସମ୍ପତିପତ୍ର ବଣ୍ଟନ କାର୍ଯ୍ୟକ୍ରମ । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ । ଭିଡିଓ କନଫରେନ୍ସ ଜରିଆରେ ରାୟଗଡ଼ାର ହିତାଧିକାରୀ ଗଜେନ୍ଦ୍ର ସଙ୍ଗୀତା ସହ କଥାହେଲେ ପ୍ରଧାନ ମନ୍ତ୍ରୀ ମୋଦୀ । ଏହି ବଣ୍ଟନ ଉତ୍ସବରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ଜମିର ସତ୍ଵାଧିକାରୀ ସମ୍ପତି ପତ୍ର ବଣ୍ଟନ କରିଥିଲେ । ସମ୍ପତି ପତ୍ର ମିଳିବା ଦ୍ଵାରା ରାୟଗଡ଼ା ଜିଲ୍ଲା ଲୋକଙ୍କ ଦୀର୍ଘ ଦିନର ଦୁଃଖ ଦୂର ହୋଇଛି ।ଘର ବାରି ପଟା କରିବା ସ୍ଵପ୍ନ ପୁରଣ ହୋଇଛି ।ଲୋକଙ୍କ ସ୍ବପ୍ନକୁ ପୁରଣ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବୋଲି ମୂଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କହିଛନ୍ତି । ଏହାଦ୍ବାରା ଜିଲ୍ଲା ବା ରାଜ୍ୟରେ ଆଉ କେହି ଭୂମି ହିନ ହୋଇ ରହିବେ ନାହିଁ । ସମସ୍ତ ଲୋକଙ୍କୁ ମିଳିବ ଘର ଜମିର ପଟା। ଜମି ପଟ୍ଟା ଗୁଡ଼ିକ ରାଜସ୍ବ ବିଭାଗର ରେକର୍ଡ ରେ ସୁରକ୍ଷିତ ଭାବେ ରେକର୍ଡ ହୋଇ ରହିବ । ସମସ୍ତ ତଥ୍ୟ କମ୍ପ୍ୟୁଟରରେ ଦେଖିବାକୁ ମିଳିବ । ଏଣିକି ଜମି ଜମା ସମସ୍ୟା ରହିବ ନାହିଁ ବା କେହି ଠକାମୀ ର ଶିକାର ହେବେ ନାହିଁ। ନିଜ ଜମିର ସ୍ଥାନ ସଠିକ ଭାବେ ଚିହ୍ନଟ କରି ନିଶ୍ଚିନ୍ତ ରହିବେ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ଦାୟିତ୍ବବାନ ରୁହନ୍ତି। ପରିବାର ର ସୁରକ୍ଷା ପାଇଁ ମହିଳାମାନଙ୍କ ହାତରେ ସମ୍ପତି ପତ୍ର ରହିଲେ ସୁରକ୍ଷିତ ରହିବ ଏଣୁ ମହିଳା ମାନଙ୍କ ନାମରେ ସମ୍ପତି ପତ୍ର କରିବା ପାଇଁ ବିଜେପି ସରକାର ଚେଷ୍ଟିତ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଜିଲ୍ଲାରେ ସର୍ବେକ୍ଷଣ ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ସମ୍ପତିପତ୍ର ବଣ୍ଟନ କରାଯିବ ।
ରାୟଗଡ଼ା,ଗଜପତି,ନବରଙ୍ଗପୁର , ଝାରୁସୁଗୁଡ଼ା ଓ ଢେ଼ଙ୍କାନାଳ ଜିଲ୍ଲାରେ ବଣ୍ଟନ କରାଯିବ ।୨୭୨୧ ଟି ଗ୍ରାମରେ ସର୍ବେକ୍ଷଣ ହୋଇଛି ।ସେଥିମଧ୍ୟରୁ ୧୭୮୫ଟି ଗ୍ରାମର ୩୯୭୯ ଜଣକ ସରିଛି । ରାୟଗଡ଼ା ଜିଲ୍ଲାର ୨୪୨ ଜଣକୁ ସମ୍ପତି ପତ୍ର ବଣ୍ଟନ କରା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାର ୨୪୬୨ ଟି ରାଜସ୍ବ ଗ୍ରାମ ଓ ୨୭୯ ପଡ଼ା ଗ୍ରାମ ର ୨୮୭୦ ଜଣକୁ ସମ୍ପତି ପତ୍ର ବଣ୍ଟନ କରାଯିବ । ରାଜ୍ୟରେ ସରକାର ଆସି ୭ ମାସ ହେଲା ।ସରକାର,ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ,ଚାଷୀଙ୍କ ପାଇଁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି ,ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିମାର ବ୍ୟବସ୍ଥା । ୮୦ ବର୍ଷ ରୁ ଉର୍ଦ୍ଧ୍ବଙ୍କୁ ବୟସ୍କଙ୍କୁ ଭତାରେ ବୃଦ୍ଧି କରାଯାଇଛି ଓ ୮୦ ପ୍ରତିଶତ ଦିବ୍ୟାଙ୍ଗକୁ ମାସିକ ଭତା ୩୫୦୦ ଟଙ୍କା ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ କିସାନ ଯୋଜନା ଓ ନୂଆଖାଇ ଉତ୍ସବ ଅବସରରେ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା କରାଯାଇଛି । ସରକାର ଯାହା ପ୍ରତିଶୃତି ଦେଇଥିଲେ ଗୋଟି ଗୋଟି କରି ତାହାକୁ ପୁରଣ କରିଛନ୍ତି । ଓଡ଼ିଶାରେ ଲୋକଙ୍କ ଦ୍ଵାରା ଲୋକଙ୍କ ସରକାର ଆସିଛି। ଆଗାମୀ ୫ବର୍ଷରେ ଲୋକଙ୍କ ପାଇଁ ବିଜେପି ସରକାର କାମ କରୁଛି ଓ କରିବ ମଧ୍ୟ । ଓଡ଼ିଶା ଲୋକଙ୍କ ବିଶ୍ୱାସ ଭାଜନ ଏ ସରକାର ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଥିଲେ । ଜମି ଜମା ସମସ୍ୟାର ସମାଧାନ କରିବା ସହ ପୁରୁଣା ଜମି ଜମା ଆଇନର ପରିବର୍ତ୍ତନ ଅଣାଯିବ ।ଜମି ଜଳ ଜଙ୍ଗଲର ସୁରକ୍ଷାକୁ ଆଖି ଆଗରେ ରଖି ବିକାଶ କଥା ଚିନ୍ତା କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଓ ବିଷମ କଟକ ବିଧାୟକ ଓ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।