ଦୁଇଟି ସ୍ଥାନରେ ଚୋରି.ସି ଟିଭି କ୍ୟାମେରା ରେ ଭିଡିଓ.ପୋଲିସ ର ତଦନ୍ତ ଜାରି.

ପ୍ରତିଫଳନ ମିଡ଼ିଆ

ରାୟଗଡା ଜିଲ୍ଲା ଗୁଣପୁର  ସହରର ଆଦର୍ଶ ନଗର ଲେନ୍ – ୮ ର ଏମ୍ ହେମ ସୁନ୍ଦର ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତ୍ରିରେ ଚୋରି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଚୋରି କରିଥିବା ଅଭିଯୋଗ। ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ। ଖବର ପାଇ ଘଟଣାସ୍ଥଳରେ ଗୁଣପୁର ପୋଲିସ୍ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛି | ତେବେ ଅନୁସନ୍ଧାନୀ କୁକୁରର ସହାୟତାରେ ପୋଲିସ ତଦନ୍ତ କରିବା ନେଇ ଥାନା ପକ୍ଷରୁ ଜଣାପଡିଛି | ପୋଲିସ ଆଖପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରିଛି । ସେଥିରେ ମଧ୍ୟ ରାତିରେ ସନ୍ଦେହଜନକ ଭାବେ ଗୋଟେ ମୋଟର ସାଇକେଲରେ ଦୁଇ ଯୁବକ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ଏହାକୁ ଧରି ପୋଲିସ ଆଗକୁ ତଦନ୍ତ ଆରମ୍ଭ କରିଛି । ସେହିଭଳି ପଦ୍ମପୁର ଥାନା ଗୁଣ୍ଡିଚା ମନ୍ଦିର ସାହିର ଗୋପୀନାଥ ପାଢିଙ୍କ ଘରୁ ମଧ୍ଯ ଚୋରି ହୋଇଥିବା ଜଣାପଡିଛି | ତାଙ୍କ ପରିବାର ର ସମସ୍ତେ କୌଣସି କାମରେ ବାହାରେ ଅଛନ୍ତି | ଘରେ  କେହି ନଥିବାର ସୁଯୋଗ ନେଇ ଚୋର ଦଳ ଚୋରି କରିଥିବା ଜଣାପଡିଛି | ଖବର ପାଇ ପଦ୍ମପୁର ପୋଲିସ ଆସି ଅନୁଧ୍ୟାନ କରି ଫେରିଛି | ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚୋରି ହୋଇଥିବାରୁ ପୋଲିସ ଏଥିରେ କୌଣସି ଲିଙ୍କ ଅଛି ନା ନାହିଁ ତାର ତଦନ୍ତ କରୁଛି ।

Spread the love