ମାଲକାନଗିରି ପୋଲିସକୁ ସଫଳତା●ତିନି ମାଓନେତ୍ରୀଙ୍କୁ ଗିରଫ କଲା ଚିତ୍ରକୋଣ୍ଡା ପୋଲିସ

(ପ୍ରତିଫଳନ ମିଡ଼ିଆ)

ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ତିନି ଦୁର୍ଦାନ୍ତ ମହିଳା ମାଓ ନେତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡା ଜଙ୍ଗଲରୁ ହାର୍ଡକର 3 ମହିଳା ମାଓବାଦୀଙ୍କୁ ଗିରଫ କଲା ପୁଲିସ। ଗୁଣ୍ଠାବେଡା ଜଙ୍ଗଲରେ ମାଓ ଗତିବିଧି ଚାଲିଥିବା ଗୁଇନ୍ଦା ସୂଚନା ପାଇ ଚିତ୍ରକୋଣ୍ଡା ପୁଲିସ ଓ ଡିବିଏଫ ଯବାନ ଅପେରେସନ ଆରମ୍ଭ କରିଥିଲେ । ସନ୍ଦିଗ୍ଧ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ବେଳେ ଯବାନ ମାନେ 3 ଜଣ ମହିଳା ମାଓବାଦୀଙ୍କୁ ସନ୍ଦେହରେ ଧରିଥିଲେ ।

ସଦର ମହକୁମା କୁ ଆଣି ପଚରାଉଚରା କରିଥିଲେ। 3 ଜଣ ମହିଳା କ୍ୟାଡର ମାଓବାଦୀ ବୋଲି ଜଣାପଡିଥିଲା। ଏମାନଙ୍କ ମଧ୍ୟରେ ପ୍ରମୁଖ ଥିବା ମହିଳା ମାଓବାଦୀ ସ୍ୱପ୍ନା ରହିଥିବା ଜଣାପଡିଥିଲା। ସେ ଏସିଏମ୍ ରାଙ୍କର ହୋଇଥିବା ବେଳେ ତାଙ୍କ ନାମରେ 4 ଲକ୍ଷ ଟଙ୍କାର ପୁରସ୍କାର ରହିଛି। ସେହିପରି ବବିତା ଓ ସୁନିତା ପାର୍ଟି ମେମ୍ବର । ଏହି ଦୁଇ ମହିଳା ନକ୍ସଲଙ୍କ ନାମରେ ସରକାର 2 ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏହି 3 ମହିଳା ମାଓବାଦୀଙ୍କ ଘର ସ୍ୱାଭିମାନ ଅଂଚଳର ଧାକଡ଼ ପଦର ହୋଇଥିବା ବେଳେ ଏମାନେ 15ରୁ ଅଧିକା କେଶରେ ଜଡିତ ଥିବା କହିଛି। ପୁଲିସ ଏମାନଙ୍କୁ ପଚାରାଉଚରା କରି ବହୁ ତଥ୍ୟ ପାଇଥିବା କହିଛି। ଏ ସମ୍ପର୍କରେ ଡ଼ିଆଇଜି ନୀତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love