ଜାତୀୟ ରାଜପଥ ଉପରେ ଟ୍ରଲର ହେଲା ଦୁଇ ଫାଳ

(ପ୍ରତିଫଳନ ମିଡ଼ିଆ)

ଲୋକଙ୍କ ଜୀବନ ବଞ୍ଚିଗଲା । ବିପଦରୁ ରକ୍ଷା ପାଇଗଲା ଜୀବନ
କୋରାପୁଟ ସହର ର ଆର ଟିଓ ଅଫିସ ଓ ମଙ୍ଗଲା ମନ୍ଦିର ଛକ ମଧ୍ୟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ । ଟ୍ରଲର ଟି ଯାଉଥିବାବେଳେ ହଠାତ୍
ମୁଣ୍ଡରୁ ଚିଧି ପଡ଼ିଥିଲା ଡାଲା ।ଚାହୁଁ ଚାହୁଁ ଇଞ୍ଜିନ ରୁ ଡାଲା ଟି ଅଲଗା ହୋଇଗଲା । ଡାଲା ଟି ପଛକୁ ଗଡ଼ି ରାସ୍ତା ପାର୍ଶ୍ବ ଖାଲ ମଧ୍ୟରେ ଖସିଯାଇଥିଲା। କୋରାପୁଟ ରୁ ଜୟପୁର କୁ ସଂଯୋଗ କରୁଥିବା 26 ନମ୍ବର୍ ଜାତୀୟ ରାଜ ପଥରେ ଘଟିଛି ଘଟଣା ।

ମଧ୍ୟାହ୍ନ ହୋଇଥିବାରୁ ରାସ୍ତା ଫାଙ୍କା ଥିଲା । ଟ୍ରଲରର ଡାଲା ଛିଡି ତଳକୁ ଗଡୁଥିବା ଦେଖି ପଛରେ ଥିବା ଲୋକେ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥିଲେ । ପ୍ରାଣ ବଞ୍ଚାଇବା କୁ ଉଦ୍ୟମ କରିଥିଲେ। ଫଳରେ ବଡ଼ ଧରଣର ଏକ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି। ଏଭଳି ଦୁର୍ବଳ ଶରୀର ଥିବା ଗାଡି ଜାତୀୟ ରାଜପଥରେ ଜଣ ଗହଳି ରାସ୍ତାରେ କିଭଳି ଗଡୁଛି ତାହା ତଦନ୍ତ ସାପେକ୍ଷ ।

Oplus_131072

Spread the love