କୋରାପୁଟ : ପ୍ରତିଫଳନ ମିଡ଼ିଆ
ବଡ ଧରଣର ବିପଦରୁ ଉଦ୍ଧାର ହୋଇଛି କେ କେ ରେଳ ପଥ । ମାଲ ବୋଝେଇ ଟ୍ରଲର ଧକା ରେ ଭାଙ୍ଗିଲା ରେଳୱେର ଉଚ୍ଚତା ନିୟନ୍ତ୍ରଣ ପିଲାର(Limited height gauge)। ପିଲାର ଟିକୁ ଧକା ଦେଇ ଭାଙ୍ଗିବା ପରେ ପୋଲର ମାତ୍ର କିଛି ଦୂରରେ ଅଟକି ଗଲା ମାଲ ବୋଝେଇ ଟ୍ରଲର । ଟ୍ରଲର ଟି ରେଲୱେ ପୋଲଟିକୁ ଧକ୍କା ଦେଇଥାନ୍ତା ତେବେ ରେଳ ଧାରଣା ର କ୍ଷତି ଘଟିଥାନ୍ତା । ବଡ ଧରଣର ଅଘଟଣ ଘଟିବାର ସମ୍ଭାବନା ରହିଥିଲା । ବିଳମ୍ୱିତ ରାତିରେ ଘଟିଛି ଏଭଳି ଅଘଟଣ । ମାଲ ବୋଝେଇ ଟ୍ରଲର ଟି ରାୟପୁର ରୁ ବିଶାଖା ପାଟଣା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ କୋରାପୁଟ ସଦର ଥାନା ନିକଟରେ ଘଟିଛି ଦୁର୍ଘଟଣା।
୨୬ ନମ୍ବର୍ ଜାତୀୟ ରାଜପଥର କୋରାପୁଟ ସଦର ଥାନା ନିକଟ ବ୍ରିଜ ନମ୍ବର୍ – ୧ ରେଲୱେ ଓଭର ବ୍ରୀଜ ନିକଟରେ ଘଟିଛି ଦୁର୍ଘଟଣା । ମାଲ ବୋଝେଇ ଟ୍ରଲର ଧକାରେ ଉଚ୍ଚତା ନିୟନ୍ତ୍ରଣ ଲୁହା ଖୁଣ୍ଟ ଟି ଭାଙ୍ଗି ଯାଇଥିବା ବେଳେ ସୌଭାଗ୍ୟ ବଶତ ଓଭର ବ୍ରିଜଟିର କୌଣସି କ୍ଷତି ହୋଇନାହିଁ । ନଚେତ୍ ବଡ ଧରଣର ଦୁର୍ଘଟଣା ଘଟିଥାନ୍ତା। ରେଳ ଚଳାଚଳ ବନ୍ଦ ଆଉ ବିପୁଳ କ୍ଷତି ହୋଇପଡନ୍ତା ।

ରାସ୍ତା ଉପର ଦେଇ ରେଳ ଲାଇନ୍ ଯାଇଥିବା ସ୍ଥାନ ଗୁଡିକରେ ଗାଡ଼ି ଚଳା ଚଳ ପାଇଁ ନିର୍ମିତ ରେଳୱ୍ବେ ଅଣ୍ଡର ବ୍ରୀଜ ନିକଟରେ ଦୁର୍ଘଟଣାକୁ ରୋକିବା ପାଇଁ ପୋଲର ଉଭୟ ପାର୍ଶ୍ବରେ ଲଗାଯାଇଛି ଉଚ୍ଚତା ନିୟନ୍ତ୍ରଣ । ଲୁହା ପିଲାର । ଏହା ଦ୍ବାରା ଅଧିକ ଉଚ୍ଚତା ଥିବା ଗାଡ଼ି ଯାଇ ପାରିବ ନାହିଁ ।
୨୬ ନମ୍ବର୍ ଜାତୀୟ ରାଜ ପଥ ଉପରେ ଦେଇ ଯାଇଛି ରେଳ ପଥ । କୋରାପୁଟ ଷ୍ଟେସନରୁ ଜୟପୁର – ଜଗଦଳପୂର୍ କିରଣ୍ଡୁଲକୁ ସଂଯୋଗ କରୁଛି ରେଳ ପଥ । ଦିନ ରାତି ମାଲବାହୀ ଟ୍ରେନ ଗୁଡିକରେ ଲୁହା ପଥର ପରିବହନ କରାଯାଉଛି । ଦିନକୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ମାଲ ବୋଝେଇ ଟ୍ରେନ ଯାତାୟତ କରୁଥିବା ବେଳେ ୪ଟି ଯାତ୍ରୀ ବାହି ଟ୍ରେନ ଚଳା ଚଳ କରୁଛି । ବ୍ୟସ୍ତ ବହୁଳ ରେଳ ପଥଟି ର ଯଦି ସାମାନ୍ୟ କ୍ଷତି ଗ୍ରସ୍ତ ହୋଇଥିଲେ ରେଳ ଚଳା ଚଳ ରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାବି ଘଟିବାର ସମ୍ଭାବନା ରହିଥିଲା ।

ମାଲ ବୋଝେଇ ଦୂରଗାମୀ ଟ୍ରକ ଓ ଟ୍ରଲର ଗୁଡ଼ିକ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି । ବହୁ ଉଚ୍ଚତା ରଖି ମାଲ ପରିବହନ କରୁଥିବାରୁ ବହୁ ସମୟରେ ଗାଡ଼ି ଗୁଡିକ ରାସ୍ତା କଡ଼ରେ ଅଟକି ରହୁଛି । ଏଥିପ୍ରତି ରେଳ ବିଭାଗ, ଜାତୀୟ ରାଜପଥ ପତୃପକ୍ଷ, ରାଜ୍ୟ ପୋଲିସ ଓ ପ୍ରଶାସନ ଏ ଦିଗରେ ବ୍ୟାପକ ସଚେତନତା କରିବା ସହ ଅମାନିଆ ଗାଡ଼ି ମାଲିକ ଓ ଚାଳକ ଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
