ପାଡୁଆରେ ବାଇକ ଦୁର୍ଘଟଣା ◆ଦୁଇ ଜଣ ମୃତ

(ପ୍ରତିଫଳନ ମିଡ଼ିଆ)

ବ୍ରିଜ ତଳକୁ ଖସିଲା ବାଇକ । ୨ ଜଣ ମୃତ୍ୟୁ ଓ ଜଣେ ଗୁରୁତର । ଚାଟୁଆ ରେ ଶିବରାତ୍ରି ଉତ୍ସବରେ ଯୋଗଦେଇ ଫେରୁଥିଲେ ଦୁହେଁ । ରାତିରେ ଯାତ୍ରା ଦେଖିଲେ ଓ ହସଖୁସିରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ । କିଛି ସମୟ ପରେ ଘରକୁ ପହଞ୍ଚିଥାନ୍ତେ। କିନ୍ତୁ ବିଧିର ବିଧାନ ଭିନ୍ନ। ବାଇକରେ ବସି 3 ଜଣ ସାଙ୍ଗ କଥା ହୋଇ ଘରକୁ ଫେରୁଥିବା ବେଳେ ଅନ୍ୟମନସ୍କ ଥିବା ଯୋଗୁଁ ଟର୍ଣ୍ଣି ନିକଟରେ ବାଇକ୍ କୁ ଠିକ୍ ଭାବେ ଚଳାଇ ନ ପାରିବାରୁ ଡୂରୁବା ନିକଟ ପୋଲରୁ ବାଇକ୍ ସହ 3ଯୁବକ ନାଳ ମଧ୍ୟକୁ ଖସିଗଲେ ।ଘଟଣା ସ୍ଥଳରେ 2 ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି।ଆହତଙ୍କୁ ନନ୍ଦପୁର ହସପିଟାଲ ରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ପଡୁଆ – ଚାଟୁଆ ରାସ୍ତାର ଡୂରୁବା ପୋଲ ନିକଟରେ ଚାଟୁଆରେ ଶିବରାତ୍ରୀ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଅଘଟଣ। ନାଳ ମଧ୍ୟରେ ବଡ଼ ବଡ଼ ପଥର ରହିଥିବାରୁ ପଥର ମଧ୍ୟରେ ପିଟି ହୋଇ ଘଟଣା ସ୍ଥଳରେ ପୁର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ନନ୍ଦପୁର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଘର ପଟାଙ୍ଗି ବ୍ଲକ ଅଞ୍ଚଳର ବୋଲି ସୂଚନା ମିଳିଛି । ତିନି ଜଣ ଗୋଟିଏ ବାଇକ୍ ରେ ଚାଟୁଆ ଗାଁକୁ ଶିବରାତ୍ରି ଦେଖିବାକୁ ଯାଇଥିଲେ । ନନ୍ଦପୁର ଓ ପଡ଼ୁଆ ପୋଲିସ ପହଂଚି କରୁଛି ତଦନ୍ତ l ଗାଡ଼ି ଚଳାଇବା ବେଳେ ଅସାବଧାନତା ଓ ଅନ୍ୟମନସ୍କତା ଯୋଗୁଁ 2ଜଣକ ଜୀବନ ଗଲା ବୋଲି ସାଧାରଣରେ ଚର୍ଚା ।

Spread the love