ପ୍ରତିଫଳନ ମିଡ଼ିଆ
ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ସମଗ୍ର ଓଡ଼ିଶାରେ ଶୋକର ଛାୟା । ହଠାତ ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦିନ ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କର ମୃତ ହୋଇଥିଲା। ମରଶରୀର ଭୁବନେଶ୍ୱର ଅଣାଯିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ଭିଡ଼ ଲାଗିଛି । ସେ ଦେଢ଼ ଶହ ଓଡ଼ିଆ ଓ ୩୦ଟି ବଙ୍ଗାଳି ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚିତ୍ର ସହ ଅନେକ ଧାରାବାହିକ ରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ହୃଦୟର ରାଜା ପାଲଟି ଯାଇଥିଲେ ।
ପ୍ରତିଫଳନ ମିଡ଼ିଆର ଶ୍ରଦ୍ଧାଞ୍ଜଳି
ଆଜି ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।ବାସଭବନରେ ଅନ୍ତିମ ଦର୍ଶନ କଲେ ମୋହନ ମାଝୀ । ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ । ଶ୍ରଦ୍ଧାଞ୍ଜଳି ଜଣାଇ ପରିବାର ବର୍ଗଙ୍କୁ ଭେଟିଲେ ଏବଂ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ଉତ୍ତମ ମହାନ୍ତି ଜଣେ ବଡ଼ କଳାକାର ଓ ତାଙ୍କ ସ୍ଥାନ ଅପୁରଣୀୟ ରହିବ ବୋଲି ଶୋକବର୍ତ୍ତାରେ କହିଲେ ମୁଖ୍ୟମନ୍ତ୍ରୀ l