ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ଅଧିକାରୀ◆ ମାଣ୍ଡିଆ ବିକିବା ବିଲ କରିବା ପାଇଁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ

(ପ୍ରତିଫଳନ ମିଡ଼ିଆ)

କୋରାପୁଟ ଜିଲ୍ଲାର ଚାଷୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଲ୍ୟାମ୍ପ ଅଧିକାରୀ । ଲାଞ୍ଚ ନେବା ବେଳେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ ଭିଜିଲାନସ୍ ହାତରେ ଧର ପଡିଛନ୍ତି।

ଚାଷୀ ବିକ୍ରୟ କରିଥିବା ମାଣ୍ଡିଆ ର ବିଲ କରାଇବାକୁ ନେଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ଜାଲରେ ଫସିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ ସତ୍ୟ ନାରାୟଣ ଚାଲାଣ । ଜଣେ ଚାଷୀଙ୍କୁ ମାଣ୍ଡିଆ କିଣିବା ବିଲ ପାଶ କରିବା ପାଇଁ 3ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ କୁନ୍ଦୁଲି ଶାଖା ଲ୍ୟାମ୍ପ ଅଧିକାରୀ । ଦୁଧାରି ଗ୍ରାମର ଚାଷୀ ତୁଳସୀ ମଣ୍ଡଳ ନାୟକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନସ୍ । ଲାଞ୍ଚୁଆ ଅଧିକାରୀଙ୍କ ଘର ଓ ଅଫିସରେ ଭିଜିଲାନସ୍ ଚଢ଼ାଉ ଜାରି ରହିଥିବା ଜଣା ପଡ଼ିଛି। ଭିଜିଲାନସ୍ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love