(ପ୍ରତିଫଳନ ମିଡିଆ)
ରାୟଗଡା ଜିଲ୍ଲା ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୋୖଦ୍ଧିକ ଆସରରେ ଅହଙ୍କାର ମନୋଭାବ ତ୍ୟାଗ କରି ସମର୍ପିତ ଭାବେ ରାଷ୍ଟ୍ର ଗଠନ ପାଇଁ କରିବାକୁ ହେବ । ଏଥିପାଇଁ ସଂଘ କୁ ସୁଦୃଢ଼ କରିବାପାଇଁ ସ୍ବୟଂ ସେବକ ମାନେ ଶାଖାକୁ ଚଲାଇବାକୁ ସାଧନା କରିବାକୁ ପଡିବ ବୋଲି ଗୁରୁତ୍ବ।ରୋପ କରାଯାଇଥିଲା । ୧୯୨୫ ମସିହାରେ ସଂଘ ପ୍ରତିଷ୍ଠା ହୋଇଥିଲା । ଗତ ଏକ ଶହ ବର୍ଷ ଧରି ସଶକ୍ତ ରାଷ୍ଟ୍ର ଗଠନ ଭାବନା ନେଇ କାମ କରି ଆସୁଛି। ସ୍ବୟଂ ସେବକ ମାନେ ଭାରତର ନେତୃତ୍ବ ନେଉଛନ୍ତି । ମାଙ୍କ ଆବାହନ ଦିବସରେ ମାଙ୍କ ଶକ୍ତିରେ ରାୟଗଡା ଜିଲ୍ଲାରେ ସ୍ବୟଂସେବକ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଡୁଛି। ଶାଖା ରେ ସାମିଲ ହେବାକୁ ଆଗ୍ରହ ବଡୁଛି । ଖୁବ କମ ଦିନରେ ଜିଲ୍ଲାରେ ସଂଗଠନ ଏକ ନମ୍ବର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ହରିଶ୍ଚନ୍ଦ୍ର ପରିଡା । ପ୍ରତ୍ୟେକ ଖଣ୍ଡରେ ୫ଟି ଶାଖା ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି ।
ବୃକ୍ଷ ହେଉଛି ସଂଘ ,ଡାଳ ହେଉଛି ଶାଖା ସ୍ବୟଂ ସେବକ ହେଉଛନ୍ତି ଶାଖାର ପତ୍ର । ଦିଲ୍ଲୀପ କୁମାର ପଣ୍ଡା,ଜିଲ୍ଲା ସହ କାର୍ଯ୍ୟବାହକ ସଭା ପରିଚାଳନା କରିଥିଲେ । ନନ୍ଦକିଶୋର ଚୌଧୁରୀ,ରାୟଗଡା ଜିଲ୍ଲା ସଂଗଠକ, ହରିଶ୍ଚନ୍ଦ୍ର ପରିଡା,ପଶ୍ଚିମପ୍ରାନ୍ତ ସହ ପ୍ରାନ୍ତ କାର୍ଯ୍ୟ ବାହକ ମୁରଲି ଧର ବେହେରା ,କଳାହାଣ୍ଧି ଜିଲ୍ଲା କାର୍ଯ୍ୟ ବାହକ କୁଂଜ ବିହାରି କଂସ ବେହେରା , ଗୁଣୁପୁର,ସଂଘ ଚାଳକ ପରମାନନ୍ଦ ଜୈନ ,ରାୟଗଡା ସଂଘ ଚାଳକ ଉପସ୍ଥିତ ଥିଲେ । ସଂଘ ୫ ଟି ଚିନ୍ତାଧାରା ନେଇ କାମ କରୁଛି । ଅଜୟ ଶକ୍ତି ,ଉତମ ଚରିତ୍ର,ଜ୍ଞାନ ,ବିର,ଅକ୍ଷୟ ନିଷ୍ଠା, ପରମ ବୈଭବ ଶାଳି ରାଷ୍ଟ୍ର ଗଠନ ଲକ୍ଷ ରେ ସଂଘ କାମ କରି ଚାଲିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ସହର ପରିକ୍ରମା କରାଯାଇଥିଲା । ପରେ ବୌଦ୍ଧିକ ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶ ପାଇଁ ସଂଘର ଆବଶ୍ୟକତା ଓ ତାର କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା ।