ପ୍ରତିଫଳନ ମିଡ଼ିଆ
ଗୋଟେପଟେ ବଂଶଧାରା ନଦୀ ଓ ଆର ପଟେ ସାନ ନଦୀ । ନଦୀ ଉପରେ ଗାଁ । କିନ୍ତୁ ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ । ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ଜଳ କଷ୍ଟ ଭୋଗିଲେଣି ଗୁଣୁପୁର ନିକଟବର୍ତ୍ତୀ ଲିମାମେଡା ଗ୍ରାମବାସୀ । ଏମିତି କି ଗାଁ ରେ ଦୁଇ ଟି ନଳ କୂଅ ଓ ଦୁଇଟି ସୋଲାର ପାଣି ପ୍ରକଳ୍ପ ଥିଲେ ମଧ୍ଯ ନଳ କୂଅ ରୁ ପାଣି ବାହାରୁ ନଥିବା ବେଳେ ଅନ୍ୟ ଦୁଇଟି ସୋଲାର ପାଣି ପ୍ରକଳ୍ପ ରୁ ପିଇବା ପାଣି ପର୍ଯ୍ୟାପ୍ତ ବାହାରୁ ନାହିଁ |ସୋଲାର ପାଣି ପ୍ରକଳ୍ପ ରୁ ଯେଉଁ ପାଣି ଆସୁଛି ସେଠି ପାଣି ସଂଗ୍ରହ କରିବା ପାଇଁ ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଉଛି | ଲାଇନରେ ଠିଆ ହେବାକୁ ପଡୁଛି ।ପାଣି ପାଇଁ ଲୋକ ଗାଁ ନିକଟରେ ଥିବା ନଦୀ ଉପରେ ନିର୍ଭର କରୁଛନ୍ତି | ଗାଁ ର ପିଇବା ପାଣି ସମସ୍ୟା ନେଇ ବହୁବାର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି | ଗାଁ ନିକଟ ରେ ଏକ ମେଗା ପାଣି ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ଲିମାମଡା କୁ ମେଗା ପ୍ରକଳ୍ପ ରେ ସାମିଲ କରାଯାଇ ନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି | ଦୀପ ତଳ ଅନ୍ଧାର ଭଳି ପାନୀୟ ସଂକଟରେ ଛଟପଟ ହେଲେଣି ଗ୍ରାମବାସୀ । ଜଳ ସଙ୍କଟ ଦୂର କରିବା ପାଇଁ ସାଧାରଣରେ ଦାବି ହେଉଛି ।