(ପ୍ରତିଫଳନ ମିଡିଆ)
ସ୍ଥାନୀୟ ଜିଆଇଇଟି ବିଶ୍ଵ ବିଦ୍ୟାଳୟ ଏବଂ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଗଠନର ମିଳିତ ଆନୁକୂଲ୍ୟରେ କ୍ୱାଣ୍ଟମ କମ୍ପୁଟିଂ ସମ୍ପର୍କିତ ସାପ୍ତାହିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।
ଏହି ସାପ୍ତାହିକ କର୍ମଶାଳାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଙ୍ଗଠନର ଯୁଗ୍ମ ସଚିବ ଶ୍ରୀମତୀ ରଞ୍ଜନା ପରିହାର ମୁଖ୍ୟ ଅତିଥିଭାବେ ଆଭାସି ମାଧ୍ୟମରେ ଯୋଗ ଦେଇ କ୍ୱାଣ୍ଟମ କମ୍ପୁଟିଂ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବା ସହ ଭବିଷ୍ୟତରେ ଏହାର ଉପଯୋଗିତା ବିଷୟରେ ବିଭିନ୍ନ ଉଦାହରଣ ମାଧ୍ଯମରେ ବୁଝାଇଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ଏକାଡେମିକ ଆଣ୍ଡ ଆଡମିନଷ୍ଟେଟିଭ ଡେଭଲପମେଣ୍ଟ ସେଣ୍ଟର୍ ( ଏଏ ଡି ସି )ର ଭୂମିକା ବିଷୟ ରେ କହିଥିଲେ। ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଏହି ଭଳି କର୍ମଶାଳା ଦ୍ଵାରା ସମସ୍ତ ଅଂଶଗ୍ରହଣକାରୀ ଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶହେବା ସହ ଗବେଷଣା କ୍ଷେତ୍ରରେ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଏହି ସାପ୍ତାହିକ କର୍ମଶାଳାରେ ହେବାକୁ ଥିବା ବିଭିନ୍ନ ବିଷୟରେ କହିଥିଲେ। ଏହି କର୍ମଶାଳାରେ ଚେନ୍ନାଇ ସ୍ଥିତ ଏସ୍ ଆର୍ ଏମ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ଡଃ ଗାୟତ୍ରୀ ଏମ ସମ୍ମାନୀୟ ଅତିଥି ଯୋଗ ଦେଇ କ୍ୱାଣ୍ଟମ କମ୍ପୁଟିଂର ପାଠ୍ୟକ୍ରମ ଓ ଗବେଷଣା ବିଷୟ ରେ ଆଲୋଚନା କରିଥିଲେ। ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ତଥା ଏକାଡେମିକ ଆଣ୍ଡ ଆଡମିନଷ୍ଟେଟିଭ ଡେଭଲପମେଣ୍ଟ ସେଣ୍ଟର୍ ( ଏଏ ଡି ସି )ର ଆବାହକ ଡ. ଏନ ଭି ଜଗନାଧା ରାଓ ଯୋଗ ଦେଇ ବିଶ୍ଵବିଦ୍ୟାଳୟ ବିଷୟ ରେ ସୂଚନା ଦେବା ସହ ବିଶ୍ଵବିଦ୍ୟାଳୟର ବିଭିନ୍ନ ସଫଳତା ବିଷୟରେ କହିଥିଲେ। ଏହି କର୍ମଶାଳାର ଆବାହକ ଡଃ ବିଦୁସ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ଡଃ ଭି. ଗଣେଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାପ୍ତାହିକ କର୍ମଶାଳାରେ କ୍ୱାଣ୍ଟମ କମ୍ପୁଟିଂ ର ବିଭିନ୍ନ ସିଦ୍ଧାନ୍ତ ଏବଂ ବ୍ୟବହାରିକ ବିଷୟରେ ତାଲିମ ପ୍ରଦାନ କରାଯିବ | ଅଧ୍ୟାପିକା ବର୍ଷା ଦାଶ ମଞ୍ଚ ପରିଚାଳନା କରିଥିଲେ।ଏହି କର୍ମଶାଳାରେ ବିଶ୍ଵବିଦ୍ୟାଳୟର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଯୋଗଦେଇଥିଲେ।