ପ୍ରକୃତି ଆଧାରିତ ସମାଧାନ ନେଇ ଦିନିକିଆ ଅଧିବେଶନ●ଯୋଗଦେଲେ ରାଜ୍ୟର ବହୁ ବିଶେଷଜ୍ଞ ,ପ୍ରକୃତି ଓ ପରିବେଶ ପ୍ରେମୀ


(ପ୍ରତିଫଳନ ମିଡ଼ିଆ)

ପ୍ରକୃତି ଆଧାରିତ ସମାଧାନ (ପିପୁଲସ ସେମିନାର ଅନ ନେଚର ବେସଡ ସଲ୍ୟୁସନ) ଶୀର୍ଷକରେ ଏକଦିବାସୀୟ ଆଲୋଚନା ଚକ୍ର ଆୟୋଜିତ ହେଇଯାଇଛି।ପ୍ରକୃତି ନିକଟରେ ମନୁଷ୍ୟର ସବୁ ସମସ୍ୟାର ସମାଧାନ ରହିଛି ଏହାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି କାମ କରିବା ଆବଶ୍ୟକ ରହିଛି ବୋଲି ବକ୍ତାମାନେ ଗୁରୁତ୍ଵାରୋପ କରିଛନ୍ତି । ବଞ୍ଚି ରହିବା ପାଇଁ ମାନବ ସଭ୍ୟତାକୁ ପ୍ରକୃତିର ଗୁରୁତ୍ୱ ପୂର୍ଣ୍ଣ ଅବଦାନ ରହିଛି।ହେଲେ ପ୍ରକୃତିର ସୁରକ୍ଷା ପାଇଁ କିଭଳି ଭୂମିକା ରହିବା କଥା ତାକୁ ଭୁଲି ଯାଉଛି ମାନବ ସମାଜ । ପାହାଡ ,ଜଙ୍ଗଲ,ଜମି ଓ ଜଳରେ ଭରପୁର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୋରାପୁଟ ଜିଲ୍ଲାରେ ଜୈବ ବିଭିଧତା କୁ ସୁରକ୍ଷିତ ଓ ସମାନତା ରଖିବାପାଇଁ ଜିଲ୍ଲା ବାସୀ ,ବୁଦ୍ଧିଜୀବୀ, ମହିଳା,ଯୁବକ ଛାତ୍ର, ଚାଷୀ,ଶ୍ରମିକ ,ପରିବେଶ ପ୍ରେମୀ ବିଶେଷ କରି ପ୍ରଶାସନ ଏବେଠାରୁ ଅଧିକ ଯତ୍ନବାନ୍ ହୋଇ ଏଦିଗରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରାଣୀ ଓ ଜୀବ ଜଗତର ସୁରକ୍ଷା ପାଇଁ ମାନବ ସମାଜ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ବୋଲି କୋରାପୁଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
କୋରାପୁଟ ଫାରମର୍ସ ଆସୋସିଏସନ ର ରୌପ୍ୟ ଜୟନ୍ତୀ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ଓ କେ.ଏଫ.ଏ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବର୍ଗଙ୍କୁ ନେଇ ୪ଟି ଅଧିବେଶନ ଆୟୋଜିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଜୈବ ବିଭିଧତା ପ୍ରଫେସର ଡ ଶରତ କୁମାର ପଳିତା ସାରଗର୍ଭକ ଅଭିଭାଷଣ ଦେଇ ଦୃତ ଅବକ୍ଷୟମୁଖି ପ୍ରକୃତି ପରିବେଶ ଓ ଜୈବ ବିଭିଧତାର ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ,ତାର ସଂରକ୍ଷଣ ଓ ବିକାଶ ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।


କେ.ଏଫ.ଏ ର ସଂପାଦକ ଶରତ କୁମାର ପଟ୍ଟନାୟକ ଦୀର୍ଘ ଅନୁଭୂତିକୁ ଉପସ୍ଥାପନ କରିଥିଲେ । ପ୍ରଥମ ଅଧିବେଶନ ର ପ୍ରସଂଗ ଥିଲା କୃଷିକ୍ଷେତ୍ରରେ ପ୍ରକୃତି ଭିତ୍ତିକ ସମାଧାନ । ଦ୍ୱିତୀୟ ଅଧିବେଶନ ର ବିଷୟବସ୍ତୁ ରହିଥିଲା ” ସ୍ୱାସ୍ଥ୍ୟ ଓ ପରିବେଶ ନିମନ୍ତେ ପ୍ରକୃତି ଆଧାରିତ ସମାଧାନ ” । ତୃତୀୟ ଅଧିବେଶନ ର ବିଷଯବସ୍ତୁ ରହିଥିଲା ପ୍ରକୃତି ଆଧାରିତ ସମାଧାନ ରେ ଗଣମାଧ୍ୟମର ଭୂମିକା । ଚତୁର୍ଥ ତଥା ଉଦଯାପନୀ ଅଧିବେଶନର ବିଷୟ ବସ୍ତୁ ଥିଲା ପ୍ରକୃତି ଆଧାରିତ ସମାଧାନ ରେ ହିତାଧିକାରୀ ଙ୍କ ଭୂମିକା ‘”। ବିଭିନ୍ନ ପର୍ଯ୍ୟାୟରେ ଅଧିବେଶନକୁ ପରିଚାଳନା କରିଥିଲେ ଅଧ୍ୟାପିକା ଡ:ପ୍ରିତି ଧାରା ସାମଲ,ଅନ୍ନଦା ପ୍ରସାଦ ସ୍ୱାଇଁ ,ଡ.ଦୁର୍ଗା ପ୍ରସାଦ ପାଣିଗ୍ରାହୀ , ଡ: ଦିଲରାଜ ପୁଭାଲା, ସହକାରୀ ପ୍ରଫେସର ଡ: ଲୋପାମୁଦ୍ରା ସ୍ୱାଇଁ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ:ବିଶ୍ୱନାଥ ସାହୁ, ଡ:ଦେବବ୍ରତ ପଣ୍ଡା ,ଇଂ ସୁନୀଲ ବିଶ୍ୱାଳ , ପାରଂପାରିକ ଔଷଧିୟ ଜ୍ଞାନ ସଂରକ୍ଷକ ଡ:ହରି ପାଙ୍ଗି, ପାରଂପରିକ ବିହନ ସଂରକ୍ଷିକା ଶୁନ ତାଡିଙ୍ଗି , ପ୍ରଧ୍ୟାପକ ସୁଶୀଳ କୁମାର ଗଡନାୟକ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଗଣମାଧ୍ୟମ ପ୍ରାଧ୍ୟାପକ ଡ:ସୌରଭ ଗୁପ୍ତା ଓ ବରିଷ୍ଠ ସାମ୍ବାଦିକ ସିଏଚ ଶାନ୍ତାକା୍ର । ସ୍ପ୍ରେଡର ସଂପାଦକ ବିଦ୍ୟୁତ ମହାନ୍ତି ,ଡ:ରଂଜନ କୁମାର ବାରିକ, ଆନ୍ତର୍ଜାତିକ ଆଳୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାଧବ ରେଡୀ”ଶେଷରେ ସମସ୍ତ ଅଧିବେଶନର ସାରକଥା କୁ ସମନ୍ୱିତ କରି ଉପସ୍ଥାପନ କରିଥିଲେ ଡ.ସୁବ୍ରତ ବିଶ୍ୱାଳ ।ଧନ୍ଯବାଦ ଜ୍ଞାପନ କରିଥିଲେ ସତ୍ୟ ନାରାୟଣ ଚୌଧୁରୀ ।
୪ଟି ଅଧିବେଶନରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ। ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତାର ଆୟୋଜନ କରାଯାଇ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । କୋରାପୁଟ ଫାରମର୍ସ ଆସୋସିଏସନ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ରକମର ଖାଦ୍ୟ ପରିବେଷଣ କରାଯାଇଥିଲା ।

Spread the love