“ଦାନା” ପାଇଁ ରେଳ ବନ୍ଦ◆୬୬ଟି ଟ୍ରେନ ବାତିଲ

(ପ୍ରତିଫଳନ ମିଡିଆ)

ଆସୁଛି ବାତ୍ୟା ଦାନା । ବାତ୍ୟାକୁ ଦୃଷ୍ଟିରେ ରଖି ୬୬ ଟି ଟ୍ରେନ ଚଳା ଚଳ ବନ୍ଦ ରହିବ। ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ୨୩ ତାରିଖ ଦିନ ୧୮ ରୁଟରେ ଟ୍ରେନ ଚଳା ଚଳ କୁ ସାମୟିକ ସମୟ ସକାଶେ ବନ୍ଦ ରଖିବାକୁ ରେଳ ବିଭାଗ କତୃପକ୍ଷ ନିଷ୍ପତି ନେଇଛନ୍ତି । ସେହିଭଳି ଅକ୍ଟୋବର ୨୪ ତାରିଖରେ ୩୭ ଟି ଟ୍ରେନ ଓ ୨୫ ତାରିଖ ୧୧ ଟି ଟ୍ରେନ ଚଳାଚଳ ବନ୍ଦ ରହିବ।୩ ଦିନରେ ୬୬ ଟି ରୁଟରେ ଟ୍ରେନ ଚଳା ଚଳ ବନ୍ଦ ରହିବ । ୨୪ ତାରିଖରୁ ଭୁବନେଶ୍ବର -ଜଗଦଲପୁର ଓ ଭୁବନେଶ୍ବର -ଜୁନାଗଡ ଏକ୍ସପ୍ରେସ ଚଳାଚଳ କୁ ବନ୍ଦ କରିଛି ।ସେହିଭଳି ଗୁଣୁପୁର -ପୁରୀ ,ଗୁଣୁପୁର -ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ ,ଗୁଣୁପୁର -କଟକ ଏକ୍ସପ୍ରେସ୍  ଟ୍ରେନ ,ବ୍ରହ୍ମପୁର -ବିଶାଖାପାଟଣା ଏକ୍ସପ୍ରେସ ଓ ପାସେଞ୍ଜର୍ ସ୍ପେଶାଲ ,ବ୍ରହ୍ମପୁର -ସୁରତ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ସେହିପରି ପୁରୀ -ତିରୁପତି ଏକ୍ସପ୍ରେସ ଟ୍ରେନ ଚଳା ଚଳକୁ ବାତିଲ କରାଯାଇଛି । ବିଶାଖାପାଟଣା ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love