ପ୍ରତିଫଳନ ମିଡିଆ
ସୁବର୍ଣ୍ଣପୁର ଜିଲ୍ଲା ନିୟୂଜ 7ର ସାମ୍ବାଦିକଙ୍କୁ ମଧ୍ୟରାତିରେ ଗିରଫ କରିଛି ପୋଲିସ ।ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକ ଧିରେନ୍ଦ୍ର କୁମାର ଦାନୀ ଙ୍କ ସହ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମଧ୍ୟରେ ତଥ୍ୟ ଦେବା ନେଇ କୁଆଡେ ଯୁକ୍ତି ତର୍କ ହୋଇଥିଲା । କିଛି କାମରେ ମିଥ୍ୟା ବିଲ କରାଯାଇ ଦୁର୍ନୀତି ହୋଇଥିବା ସମ୍ପର୍କରେ ବିଡ଼ିଓ ସୌମ୍ୟରଞ୍ଜନ ଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କର ମତାମତ ନେବାକୁ ଉଦ୍ୟମ କରିଥିଲେ।
ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଜଣେ ଦାୟିତ୍ବବାନ ପ୍ରଶାସକ ଭାବେ ପରିପକ୍ୱାତର ସହ ଘଟଣାଟିକୁ ପରିଚାଳନା କରି ବିଜ୍ଞତାର ପରିଚୟ ଦେବାରେ ବିଫଳ ହୋଇ ସାମ୍ବାଦିକ ସହ ଅଯଥା ଯୁକ୍ତି ତର୍କ କରିଥିଲେ । ଉଭୟେ ହତା ହାତୀ ହୋଇଥିଲେ ।
ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କ ଆକ୍ରମଣରେ ସାମ୍ବାଦିକ ଜଣକ ଆହତ ହୋଇଥିବା ଅଭିଯୋଗ ହୋଇଛି। ବିଡିଓଙ୍କ ମାଡ଼ରେ ସାମ୍ବାଦିକର ଓଠ ଫାଟି ଯାଇଥିବା ଜଣା ପଡ଼ିଛି।
ଏ ନେଇ ଥାନାରେ ଲିଖିତ ଅଭଯୋଗ କରିଛନ୍ତି ସାମ୍ବାଦିକ । ବିଡ଼ିଓ ମଧ୍ୟ ସାମ୍ବାଦିକ ବିରୁଦ୍ଧରେ ଏତଲା ଦେଇ ଛନ୍ତି ।ପୋଲିସ ବିଡ଼ିଓ ଙ୍କ ଏତଲା ଅନୁଯାୟୀ ସାମ୍ବାଦିକଙ୍କୁ ମଧ୍ୟ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛି।ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ସାମ୍ବାଦିକଙ୍କ ଏତଲା ଉପରେ ବିଡିଓ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ସ୍ପଷ୍ଟ କରିନାହିଁ।
ନିରସ୍ତ୍ର ସାମ୍ବାଦିକଙ୍କୁ ମଧ୍ୟ ରାତିରେ ଗିରଫ କରି ଜେଲ କୁ ପଠାଇବା ଘଟଣା ରେ ରାଜ୍ୟ ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିଛି ।
ତରବରିଆ ହୋଇ ମଧ୍ୟ ରାତିରେ ସାମ୍ବାଦିକଙ୍କୁ ଗିରଫ କରିବା ଘଟଣାକୁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା ଦୃଢ଼ ନିନ୍ଦା କରିଛି ।
ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ, ରାଜ୍ୟ ଉପସଭାପତି ସମରେଶ ମିଶ୍ର ଏବଂ ମହେନ୍ଦ୍ର କୁମାର ଦର୍ଜୀ
ଏନ ୟୁ ଜେ ଆଇ ସମ୍ପାଦକ ବବୁଲ ସିଂ, ରାଜ୍ୟ ସମ୍ପାଦକ ହେମାଙ୍ଗ ରାଉଳ ପ୍ରମୁଖ ସାମ୍ବାଦିକ କୁ ନ୍ୟାୟ ପ୍ରଦାନ ଓ ବିଡ଼ିଓ ଙ୍କ ଦୁର୍ନୀତିର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଓ ପଂଚାୟତରାଜ ମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।