(ପ୍ରତିଫଳନ ମିଡିଆ)
ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତର ପ୍ରଭାବ । ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍ ଅଭିଯାନ। ଲମତାପୁଟରୁ ଆରମ୍ଭ ହେଲା ଅପେରସନ ଗ୍ରୀନ କ୍ଳୀନ | ମାଛକୁଣ୍ଡ ପୋଲିସ, ଅବକାରୀ ଓ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ଶୀତ ଆରମ୍ଭ ହୋଇଛି । ଗଞ୍ଜେଇ ଅମଳର ସମୟ । ଏହି ସମୟକୁ ଅପେକ୍ଷା କରିଥିଲା କୋରାପୁଟ ପୋଲିସ। ଅମଳ ସମୟରେ ଫସଲ ନଷ୍ଟ କରି ଗଞ୍ଜେଇ ମାଫିଆଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ପୋଲିସ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ଏବେ ଆରମ୍ଭ କଳା ଗଞ୍ଜେଇ ଗଛ ନଷ୍ଟ ଅଭିଯାନ।
କୋରାପୁଟରୁ ସଫା କରାଯିବ ଗଞ୍ଜେଇ ଚାଷ। ଗଞ୍ଜେଇ ମାଫିଆଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ,ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯିବ ବୋଲି ନିକଟରେ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶୃତି ଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଛି ଅଭିଯାନ । ପ୍ରଚୁର ପରିମାଣର ଗଞ୍ଜେଇ ଗଛକୁ ନଷ୍ଟ କରିଛି କୋରାପୁଟ ପୋଲିସ।
ଗୋଡିହଞ୍ଜର ପଞ୍ଚାୟତର ଦହନାପୁଟ ଗ୍ରାମ ଏବଂ ଏନୁଗୁ ଗ୍ରାମ ନିକଟ ରେ ସ୍ଥାନୀୟ ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତୀରେ ପ୍ରାୟ 20 ଏକର ଜମିରୁ ପ୍ରାୟ 24 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଜିଲ୍ଲା ରେ ଆରମ୍ଭ ହୋଇଛି ଅପେରସନ ଗ୍ରୀନ କ୍ଳୀନ | ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଦୁଇ ପ୍ଲାଟୁନ ଡିଭିଏଫ ଫୋର୍ସ, ମାଛକୁଣ୍ଡ ଥାନା ଅଧିକାରୀ ଶୂକ୍ରା ମାଢି, ଲମତାପୁଟ ଫାଣ୍ଡି ଅଧିକାରୀ ବିଷ୍ଣୁ ମାଡ଼କାମି, ଜଲାପୁଟ ଥାନା ଅଧିକାରୀ ମୀନ କେତନ ପାତ୍ର, ଅବକାରୀ ବିଭାଗ ଅଧିକାରୀ ଅର୍ଣପୂର୍ଣ୍ଣା ରଥଙ୍କ ମିଳିତ ଉଦ୍ୟମରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପରେସନ ଜାରି ରହିଥିଲା | ଗଂଜେଇ ଚାଷ କରାଯାଇଥିବା ଜମି ଜଙ୍ଗଲ ଜମିରେ କରାଯାଇଛି ନା ବ୍ୟକ୍ତିଗତ ମାଲିକାନା ଜମିରେ ହୋଇଛି ସ୍ଥାନୀୟ ଆରଆଇ ଙ୍କ ରିପୋର୍ଟ ଦେବାକୁ ପୋଲିସ କହିଛି। ରିପୋର୍ଟ ଆସିବାପରେ କେଉଁ ମାନେ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।