(ପ୍ରତିଫଳନ ମିଡିଆ)
ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ ରାୟଗଡ ସାହିତ୍ୟ ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଗାମୀ ୧୫ ଡିସେମ୍ବର ୨୦୨୪ ତାରିଖରେ ଚଳିତ ବର୍ଷର ରାୟଗଡ ସାହିତ୍ୟ ମହୋତ୍ସବ ଆୟୋଜିତ ହେବା ନେଇ ସ୍ଥିର ହୋଇଥିଲା । ଗତବର୍ଷ ପରି ଚଳିତ ବର୍ଷ ବି ତିନୋଟି ଅଧିବେଶନରେ ଆୟୋଜିତ ହେବ ଏବଂ ଉଦଘାଟନୀ ସମାରୋହ ବ୍ୟତୀତ ଗଳ୍ପ ଓ କବିତା ଅଧିବେଶନ ହେବା ନେଇ ସମ୍ମତି ପ୍ରକଟ ପାଇଥିଲା । ସ୍ଥାନୀୟ ନିମନ୍ତ୍ରିତ ସାହିତ୍ୟିକମାନଙ୍କ ଦ୍ଵାରା ଗଳ୍ପ ଓ କବିତା ପଠନ କାର୍ଯ୍ୟକ୍ରମ ହେବ । ପୂର୍ବପରି ରାଜ୍ୟସ୍ତରୀୟ ଜଣେ ବିଶିଷ୍ଠ ସାହିତ୍ୟିକଙ୍କୁ ରାୟଗଡ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଥିଲା । ମହୋତ୍ସବର ମୁଖପତ୍ର ଶବ୍ଦ ରାଗ ପ୍ରକାଶନ ହେବ ଏବଂ ଏଥିପାଇଁ ଆଗାମୀ ସପ୍ତାହ ମଧ୍ୟରେ ଗପ, କବିତା ଓ ପ୍ରବନ୍ଧଗୁଡିକୁ rsmrgda2023@gmail.com ମେଇଲ ଯୋଗେ ପଠେଇବାକୁ ସହିତ୍ୟିକମାନଙ୍କୁ ନିବେଦନ କରାଯାଇଛି । ସମ୍ପାଦକ ସୁଶାନ୍ତ କୁମାର ନାୟକ ସ୍ଵାଗତ ଅଭିଭାଷଣ ସହ ଚଳିତ ସାହିତ୍ୟ ମହୋତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଡ଼ଃ ମହାନ୍ତି ମହୋତ୍ସବର ସଫଳ ଆୟୋଜନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମହୋତ୍ସବର ଉପଦେଷ୍ଟା ଗୋପୀନାଥ ସାହୁ ଏବଂ କିର୍ତ୍ତୀ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜସ୍ଵ ବିଚାର ରଖିଥିଲେ । ସଂଗଠନ ସମ୍ପାଦକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମହୋତ୍ସବର ସାମଗ୍ରିକ ରୂପରେଖ ଏବଂ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଡ଼ ବିପିନ ବିହାରୀ ବିଶ୍ବାଳ, ଜଗଦୀଶ ଚନ୍ଦ୍ର ଦୋରା, କୋଷାଧ୍ୟକ୍ଷ ରବି ଶତପଥି, ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ଲାବଣ୍ୟ ମୋହନ ପଟ୍ଟନାୟକ, ଅରୁଣ କୁମାର ପାଣିଗ୍ରାହୀ, ବିମଳ ଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ନିଳାଞ୍ଚଳ ମିଶ୍ର, ଶରତ ଚନ୍ଦ୍ର ରାଉତ, ଲୋକନାଥ ପଣ୍ଡା, ମଞ୍ଜୁଶ୍ରୀ ମୂଖାର୍ଜୀ, ତ୍ରିବେଣୀ ମିଶ୍ର, କଲ୍ୟାଣୀ ସାସମଲ, ସସ୍ମିତା କୁମାରୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳତା ନେଇ ନିଜ ନିଜର ପ୍ରସ୍ତାବ ରଖିଥିଲେ ।