କୋଲନରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

(ପ୍ରତିଫଳନ ମିଡିଆ)

କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ କୋଲନରା ସିଏଚ ସିର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷମକଟକ ବିଧାୟକ ନୀଳମାଧବ ହିକକା ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜି ଶୈଳଜା, ଡାକ୍ତର ସୌମ୍ୟରଞ୍ଜନ ନାୟକ, ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ, ଏବିଇଓ ପିତୃଦେବ ବିଡି଼କା, ଆରଡବ୍ଲୁଏସଏସ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ | ବିପିଏମ କଳ୍ପନା ମିଶ୍ର ଅତିଥିମାନଙ୍କୁ ସ୍ବାଗତ ଏବଂ ଫାର୍ମାସିଷ୍ଟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିପିଏମ ଶ୍ରୀମତୀ ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଟି. ଉପେନ୍ଦ୍ର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାରେ ଆବଶ୍ୟକ ସରଞ୍ଜାମ କିଣାଯିବା ସମ୍ପର୍କରେ ଆଲୋଚନା କରିଥିଲେ | ବୈଠକରେ ଡାକ୍ତର ରଶ୍ମିପ୍ରଭା ଦାସ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶୁଭଶ୍ରୀ ଦାସ, ଏସ୍ ପ୍ରଦୀପ କୁମାର ସାହୁ, ଅବସରପ୍ରାପ୍ତ ଫାର୍ମାସିଷ୍ଟ ମଧୁସୂଦନ ରାଉତ, ସୁପରଭାଇଜର ବିନୋଦ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଏସଟି ଏସ୍ ମହମଦ ମୁସ୍ତାକ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ | ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବିଧାୟକ ଶ୍ରୀ ହିକକା ପରାମର୍ଶ ଦେଇଥିଲେ | ଏହାସହିତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସାଧାରଣ ରୋଗୀଙ୍କୁ ରେଫର ନକରି ଏଠାରେ ହିଁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ | ଶେଷରେ ଶୁଭଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love