(ପ୍ରତିଫଳନ ମିଡିଆ)
ଏତେ ବଡ଼ ସାପ ଦେଖି ଲୋକେ ଛାନିଆ । କେଉଁଠୁ ଆସିଲା ଏଇ ସାପ। ଚୁପଚାପ ଥିଲା ଗୋଟିଏ ରୁମରେ । ସଫା କରିବାକୁ ଗଲାବେଳେ କଲା ଗର୍ଜ୍ଜନ । ଦେଖୁ ଦେଖୁ ଦେଖେଇଲା ଫଣା । ସବୁଠୁ ବିଷଧର ସାପ ବୋଲି କୁହାଯାଉଥିବା କିଙ୍ଗ କୋବ୍ରାର ଫଣା ଦେଖି ଡରିଗଲେ ଘର ମାଲିକ । ଲୋକଙ୍କ ଉପସ୍ଥିତିରେ ସେ କରୁଥିଲା ଗର୍ଜ୍ଜନ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡ଼ାଠାରେ ଥିବା ଜ୍ଞାନ ଜ୍ୟୋତି କୋଚିଂ ସେଣ୍ଟର ପଛ ପଟ ଥିବା ନୂଆ କୋଠରୀରୁ ଠାବ ହୋଇଛି ବଡ଼ ଧରଣର କିଙ୍ଗ କୋବ୍ରା । ପ୍ରାୟ ବାର ଫୁଟ ଲମ୍ବର ସାପକୁ ଦେଖି ସ୍ଥାନୀୟ ଲୋକ ତଟସ୍ଥ ହୋଇପଡିଥିଲେ । ରିଲରେ ଦେଖିଥିବା କିଙ୍ଗକୋବ୍ରାକୁ ରିୟଲରେ ଦେଖି ନିଜକୁ ବିଶ୍ଵାସ କରି ପାରୁ ନଥିଲେ ଲୋକ । ଜଙ୍ଗଲ ବିଭାଗକୁ ଖବର ଦେବା ପରେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ସାପକୁ ଧରିବାକୁ ନାକେଦମ୍ ହେବାକୁ ପଡିଥିଲା । ପରେ ସାପକୁ ଧରିବାରେ ଜଙ୍ଗଲ ବିଭାଗ ସକ୍ଷମ ହୋଇଥିଲା । ଗୁଡାରୀ ରେଞ୍ଜ ଅଫିସର ଆସିବା ପରେ ସାପକୁ ବଡ଼ନାଳ ଜଳସେଚନ ପ୍ରକଳ୍ପକୁ ଲାଗିଥିବା ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଏ ଅଞ୍ଚଳରେ କିଙ୍ଗ କୋବ୍ରାର ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି ।