◆ମୃତ୍ତିକା ଦିବସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା◆ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି ଜିଆଇଇଟି ବିଶ୍ଵବିଦ୍ୟାଳୟର କୃଷି ମହାବିଦ୍ୟାଳୟ◆

(ପ୍ରତିଫଳନ ମିଡିଆ)

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର କୃଷି ମହାବିଦ୍ୟାଳୟ ବିଶ୍ଵ ମୃତ୍ତିକା ଦିବସ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନୀତ ହୋଇଛନ୍ତି।ଏହି ବିଶ୍ଵ ମୃତ୍ତିକା ଦିବସ ଅବସରରେ ଓଡ଼ିଶା ସରକାର ଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫ ରୁ ଏକ ରାଜ୍ୟସ୍ତରୀୟ ବୈଷୟିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ସ୍ଥିତ କୃଷି ଭବନ ରେ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ର ବିଭିନ୍ନ କୃଷି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ରୁ ଦୁଇ ଜଣ ପ୍ରତିଯୋଗୀ ସୁଶ୍ରୀ ସୌମ୍ୟା ଶୁଭଶ୍ରୀ ମହନ୍ତ (ଦ୍ଵିତୀୟ ବର୍ଷ) ଓ ଶ୍ରୀ ରାଜ ପ୍ରତୀକ ଦାସ (ତୃତୀୟ ବର୍ଷ) ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ, କୃଷି ବିଭାଗ ର ମୁଖ୍ୟ ସଚିବ ଡଃ ଅରବିନ୍ଦ ପାଢୀ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ ଏବଂ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିଖିଲ ପୱନ୍ କଲ୍ୟାଣ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ଜି ଆଇ ଆଇ ଟି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଭାଗ ନେଇଥିବା ଶ୍ରୀ ରାଜ ପ୍ରତୀକ ଦାସ, ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର ପୂର୍ବକ ଓଡ଼ିଶା ର ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ ହୋଇ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ କୁ ରାଜ୍ୟ ସ୍ତର ରେ ଗୌରବନ୍ୱିତ କରିଛନ୍ତି। ଏହି ସଫଳତା ନିମନ୍ତେ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା ଓ ରେଜିଷ୍ଟ୍ରାର ଡ ଏନ. ଭି. ଜେ ,ରାଓ ପ୍ରମୁଖ କୃଷି ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି।

Spread the love