ଗୁପ୍ତେଶ୍ୱର ନିକଟରେ ଓଲଟିଲା ବସ◆ ୩ ମୃତ୍ୟୁ, ବହୁ ଯାତ୍ରୀ ଆହତ● ଉଦ୍ଧାର କାର୍ଯ୍ୟ ଜାରି ରହିଛି

(ପ୍ରତିଫଳନ ମିଡ଼ିଆ)

ଗୁପ୍ତେଶ୍ୱର ଦର୍ଶନ କରିବାକୁ ଯାଉଥିବାବେଳେ ପର୍ଯ୍ୟଟକ ବସ ଓଲଟି ୩ଜଣକ ମୃତ୍ୟୁ ଘଟିଛି।
ଶୁକୁନାଲ ପୋଲ ନିକଟରେ ବସ ଦୁର୍ଘଟଣା ଘଟି ୩ଜଣକ ମୃତ୍ୟୁ ଘଟିଛି।ଆଉ କିଛି ଜଣ ବସ ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି । 15ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ବସରେ ପ୍ରାୟ 75 ଜଣ ଯାତ୍ରୀ ବସିଥିବା ସୂଚନା ମିଳିଛି। କଟକ ରୁ ଗୁପ୍ତେଶ୍ୱର କୁ ଯାଉଥିବାବେଳେ ସୁକୁନାଲ ନିକଟରେ ଭୋର ସକାଳୁ ଦୁର୍ଘଟଣା ଘଟିଛି।
ସୁକୁନାଲ୍ ପୋଲ ପୂର୍ବରୁ ବୁଲାଣି ରେ ଗାଡ଼ି ଟିକୁ ଠିକ୍ ଭାବେ କାଟି ନପାରିବାରୁ ଚକା ସ୍ଲିପ ହୋଇ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି।
ଦୁର୍ଘଟଣା ସୂଚନା ପାଇ ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଥିଲେ ।ପରେ ଅଗ୍ନିଶମ ବାହିନୀ, ଵୈପାରିଗୁଡ଼ା,
ରାମଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି । ଆହତ ଓ ମୃତକମାନେ କଟକ ସହର ଆଲିସା ବଜାର କେଉଟ ସାହିର ଲୋକେ ବୋଲି ଜଣା ପଡିଛି। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ସ୍ଵତନ୍ତ୍ର ବସ୍ ରେ ୭୫ ଜଣ ଯାତ୍ରୀ ଆସୁଥିଲେ ବୋଲି ଜନା ପଡ଼ିଛି।

Oplus_131072

ଘଟଣା ସ୍ଥଳରେ କୋରାପୁଟ ଏସ୍ ପି ରୋହିତ ବର୍ମା, ଜୟପୂର ଏସଡିପିଓ ଅଙ୍କିତ କୁମାର ବର୍ମା‌ ଏବଂ ବୈପାରିଗୁଡା ପୋଲିସ୍ ଓ ପ୍ରଶାସନ ପହଂଚି ଶବ ଉଦ୍ଧାର କରିବା ସହ ଆହତଙ୍କୁ ବୈପାରିଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ର , ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଜୟପୁର ଏବଂ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି।

Spread the love