(ପ୍ରତିଫଳନ ମିଡ଼ିଆ)
ବୟସ୍କ ଦୋକାନୀମାନଙ୍କୁ ଠକୁଥିବା ଅଭିଯୋଗରେ ଦୁଇ ଜଣ ଠକକୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟାଏ ମୋଟର ସାଇକେଲ ସହ 3875 ଟଙ୍କା ଜବତ କରିଛି। ଗିରଫ 2 ଜଣ ଠକଙ୍କ ଘର କୋରାପୁଟ ଜିଲ୍ଲାରେ । ସେମାନେ ହେଲେ 20ବର୍ଷ ବୟସ୍କ ଦେଓଘାଟିର ସାଇମନ୍ ସୁକ୍ରି ଏବଂ 25 ବର୍ଷ ବୟସ୍କ ଜାଲାପୁଟର ଡି ନାଗେନ୍ଦ୍ର ।ଉଭୟ ବେକାର । ଦୁଇ ଠକ ଭଲ ବନ୍ଧୁ ।ଦୁଇ ଜଣଙ୍କର କାମ ହେଲା ଜିନିଷ କିଣି ଟଙ୍କା ନଦେଇ ଠକେଇ କରିବା । ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ହେଲା ଉଭୟେ ମିଶି ଠକେଇ କରୁଥିଲେ । ସେମାନେ କୋରାପୁଟ ଟାଉନରେ ଥିବା ବିଭିନ୍ନ ଲଜ୍ର ରହୁଥିଲେ | ଗିରଫ ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଡିଜିଟାଲ ପେମଣ୍ଟ ମାଧ୍ୟମରେ ଠକେଇ କରିବାରେ ମାହିର ଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବୟସ୍କ ,ବୟସ୍କା ଡିଜିଟାଲ କୌଶଳରେ ଜ୍ଞାନ ନଥିବା ଦୋକାନ ମାଲିକମାନେ ।
ଦୋକାନରୁ ବ୍ୟବହୃତ ସାମଗ୍ରୀ କିଣି ଇଣ୍ଟରନେଟ ସେବା ବନ୍ଦ କରି ଟଙ୍କା ପେମେଣ୍ଟେ କରୁଥୁଲେ । ଫଳରେ ଟ୍ରାଞ୍ଜେକ୍ସନ୍ ବିଫଳ ହେଉଥିଲା । ଟଙ୍କା ପେମେଣ୍ଟେ ହୋଇପାରୁନଥିଲା।
ଟ୍ରାଞ୍ଜେକସନ୍ ବିଫଳ ବୋଲି ଆସୁଥିବା ମେସେଜକୁ ଏଡିଟିଙ୍ଗ କରି ପେମେଣ୍ଟ ହେବା ଭଳି କରି ତାର ସ୍କ୍ରିନ ସଟ ଦେଇ ସଫଳତାର ସହ ଠକେଇ କରି ଆସୁଥିଲେ । ଠକଙ୍କଠାରୁ ଜବତ ହୋଇଥିବା ଟଙ୍କା ଓ ଗାଡି ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଇଛି ବୋଲି କୋରାପୁଟ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।