(ପ୍ରତିଫଳନ ମିଡ଼ିଆ)
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ରାୟଗଡ଼ ଶାଖା ପକ୍ଷରୁ ମକର ସଂକ୍ରାନ୍ତି ପାଳନ ହୋଇଛି । ଏଥିରେ ଅନିଲ କୁମାର ଜି ପୂର୍ବ କ୍ଷେତ୍ର ପର୍ଯ୍ୟାବରଣ ଶାଖା ପ୍ରଚାରକ ଯୋଗ ଦେଇଥିଲେ। ନଗର ସଂଘ ଚାଳକ ବିଦ୍ୟାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧିକ ଚର୍ଚା ହୋଇଥିଲା । ଆରଏସଏସର ଗଠନ ଓ ପରବର୍ତ୍ତୀ ରାଷ୍ଟ୍ରୀୟ ହିତରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ମକର ସଂକ୍ରାନ୍ତିର ମହତ୍ଵ ସମ୍ପର୍କରେ ଆଲୋଚନା ହୋଇଥିଲା ।
1925 ବିଜୟ ଦଶମୀ ଦିନ ହେଡଗୱଙ୍କ ନେତୃତ୍ୱରେ ନାଗପୁରରେ ଶୁଭାରମ୍ଭ ହୋଇଥିଲା । ଏକହଜାର ବର୍ଷ ଧରି ଭାରତରେ ମୁସଲିମ, ମୋଗଲ, ପାର୍ସୀ , ଇଂରେଜମାନେ ଶାସନ କଲେ ଅନେକ ଅତ୍ୟାଚାର କଲେ କିନ୍ତୁ ହିନ୍ଦୁ ଧର୍ମ ସୁରକ୍ଷିତ ଓ ସଶକ୍ତ ହୋଇଆସିଛି। ମକର ସଂକ୍ରାନ୍ତି। ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି । ଆଜି ଠାରୁ ସବୁ ନୂଆ ହେବ । ପ୍ରକୃତି ଓ ପରିବେଶର ପରିବର୍ତ୍ତନ ହୁଏ। ରାଷ୍ଟ୍ର ସ୍ଵଂୟ ସେବକ ସଂଘର ସ୍ଵଂୟ ସେବକ ମାନେ ବ୍ୟକ୍ତି ଚରିତ୍ରକୁ ବଦଳାଇବା ସହ ବ୍ୟବସ୍ଥା ର ସଂସ୍କାର ଆଣିବାକୁ ଉଦ୍ୟମ କରୁଛନ୍ତି। ସମର୍ପିତ ଭାବନେଇ ସଶକ୍ତ ଭାରତ ଗଠନ ଓ ହିନ୍ଦୁ ଧର୍ମ ରକ୍ଷା ନେଇ କାମ କରି ଆସୁଛନ୍ତି ବୋଲି ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ନିଜ ବକ୍ତବ୍ୟରେ ଅନିଲ ଜି କହିଛନ୍ତି । ଏଥିରେ ରାୟଗଡ଼ା ସହରର ବହୁ ସ୍ଵୟଂସେବକ ଓ ଚିନ୍ତକ ମାନେ ଉପସ୍ଥିତ ରହିଥିଲେ। ସଂଘ ପକ୍ଷରୁ ମକର ଚାଉଳ ବଣ୍ଟନ କରାଯାଇଥିଲା।