ରାୟଗଡ଼ା ଓ ବିଶାଖାପାଟଣା ଡିଆରଏମଙ୍କ ରାୟଗଡ଼ା ଷ୍ଟେସନ ପରିଦର୍ଶନ, ଯାତ୍ରୀ ସୁରକ୍ଷା ଓ ସୁରକ୍ଷିତ ଯାତ୍ରାକୁ ଗୁରୁତ୍ବ

(ପ୍ରତିଫଳନ ମିଡିଆ)

ରାୟଗଡ଼  ଡିଆରଏମ ଅମିତାଭ ସିଙ୍ଘଲ ରାୟଗଡ଼ା ରେଳ ଷ୍ଟେସନ ପରିଦର୍ଶନ କରିଥିଲେ । ସାଥିରେ ଥିଲେ ବିଶାଖାପାଟଣା – ଡିଆରଏମ ମନୋଜ କୁମାର ସାହୁ । ରାୟଗଡ଼ା ଷ୍ଟେସନର ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତି ନେଇ ତଦାରଖ କରିଥିଲେ । ଷ୍ଟେସନର ପରିଚ୍ଛନ୍ନତା , ରନିଁ ରୁମ, ଯାତ୍ରୀ ବ୍ୟବସ୍ଥା, ଅପରେଟିଂ ରୁମ, ଡ୍ରାଇଭର ଓ ଗାର୍ଡଙ୍କ  ଅଫିସ( କୃ ଲବି)  ଷ୍ଟେସନ ର ଆନୁଷଙ୍ଗିକ ସ୍ଥିତି ର ଅନୁଧ୍ୟାନ କରି ବିଶାଖାପାଟଣା ଫେରିଯାଇଛନ୍ତି । ସମୟ ସୀମା ମଧ୍ୟରେ ଡିଭିଜିନାଲ  କାର୍ଯ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ସରିବ ବୋଲି ସେମାନେ  ଆଶା ପୋଷଣ କରିଛନ୍ତି ।ରାୟଗଡ଼ା ରୁ ଭୁବନେଶ୍ୱରକୁ ଦିନ ବେଳା ଟ୍ରେନ ଚଳାଚଳ  କରିବା ନେଇ ଲୋକଙ୍କ ଦାବି କୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି  ଡିଆରଏମ ଦ୍ବୟ  କହିଛନ୍ତି । ଦୁଇ ଡିଆରଏମ ଙ୍କ ସହ ବରିଷ୍ଠ  ଡିଓଏମ, ବରିଷ୍ଠ ଡିସିଏମ , ବରିଷ୍ଠ ଡିଇଏନ ,ବରିଷ୍ଠ ଡିଏସଟି ପ୍ରମୁଖ ସାଥିରେ ରହି ଥିଲେ ।

Spread the love