(ପ୍ରତିଫଳନ ମିଡ଼ିଆ)
୨୦୨୫-୨୬ ଦୁଇ ବର୍ଷ ପାଇଁ ଏସୟୁଜେ କୋରାପୁଟ ଜିଲ୍ଲା ଶାଖା , ସାମ୍ବାଦିକ ସଙ୍ଘର ନୁତନ୍ କମିଟି ଗଠିତ ହୋଇଛି । କୋରାପୁଟ ଶାଖାର ସଦସ୍ୟ/ସଦସ୍ୟାଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ ହୋଇଛି । ଜିଲ୍ଲା ସଭାପତି ଭାବେ ତରୁଣ କୁମାର ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ଭାବେ ବବୁଲ ସିଂ ମନୋନୀତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ରମେଶ ସାହୁ ,କାଳି ପଟନାୟକ, ଅନୀଲ ସୁବୁଦ୍ଧି ଏବଂ ମୋନୋଜ ହିଆଲ ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ଶିଶିର ଆଚାର୍ଯ୍ୟ ,ସଙ୍ଗଠନ ସମ୍ପାଦକ ଭାବେ ଗୋପାଳ କୃଷ୍ନ ପାଢ଼ୀ ଏବଂ ସମ୍ପାଦକ ହେଲେ ପ୍ରଶାନ୍ତ କୁମାର ବିଶୋଇ , ହାବିଲ ଡଙ୍ଗରୀ ,ଏନ୍.ପିମ୍ପସ କୁମାର ଓ ଗିରିଧର ଖରା । କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି ବସମୀର ରଂଜନ ପାତ୍ର ଓ ଯୁଗ୍ମ ସମ୍ପାଦକ ଭାବେ ଗଜେନ୍ଦ୍ର କୁମାର ସାହୁ ଓ ଉତମ ନାୟକ । ମହିଳା ସାମୁଖ୍ୟ ବର୍ଗରେ ଜିଲ୍ଲାସଭାପତି -ସ୍ମିତାରାଣୀ ପାତ୍ର ଓ ସାଧାରଣ ସମ୍ପାଦକ -ଅନୀତା ଦାସ ନିର୍ବାଚିତ ହୋଇଛନ୍ତି ।ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧକ୍ଷ -ପଦ୍ମନାଭ ହୋତା ,ଟ୍ରିବୁନାଲ ଅଧକ୍ଷ -ଗୈରୀ ପ୍ରସାଦ ପଟନାୟକ ଏବଂ ଆଇନ ପରାମର୍ଶଦାତା -ଅଶୋକ ଷଡ଼ଙ୍ଗୀଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା ମଣ୍ଡଳୀରେ କିର୍ତ୍ତୀ ଚନ୍ଦ୍ର ସାହୁ ,ବିଦ୍ୟାଧର ଚୈଧୁରୀ , ସତ୍ୟ ନାରାୟଣ ପଟନାୟକ ଏବଂ ପବନ ପାଣିଗ୍ରାହୀଙ୍କୁ ଚୟନ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ କୁ ଜୟପୁରରୁ ନୃସିଂହ ଚୈଧୁରୀ ସୁଦର୍ଶନ ରଣା, କମଳ ପାତ୍ର ମନୋନୀତ ହୋଇଛନ୍ତି। ଏହାସହ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସମସ୍ତ ବ୍ଲକ୍ ରୁ ୧୪ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି ।
