(ପ୍ରତିଫଳନ ମିଡ଼ିଆ)
ଆଦିବାସୀଙ୍କ ପ୍ରତି କଂଗ୍ରେସ ଦଳର ଅସୂୟା ମନୋଭାବ ସ୍ପଷ୍ଟ ହୋଇଛି ।ତୃଣମୂଳ ସ୍ତରରେ କଂଗ୍ରେସ ଦଳ ସହ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ବିରୋଧ କରାଯାଇଛି । ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପାମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ରାୟଗଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।ଏହାର ପ୍ରତିବାଦରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଓଡ଼ିଆ ଝିଅ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଦେଶର ରାଷ୍ଟ୍ରପତି ଆଦିବାସୀ ମହିଳାଙ୍କୁ ଅପମାନ କରିଛି କଂଗ୍ରେସ ଦଳ । ନିଜର ସମ୍ଭ୍ରାନ୍ତପଣିଆ ଗୁଣ ଏବେ ଯାଏ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ , ଯୁବରାଜ ରାହୁଳ ଗାନ୍ଧୀଙ୍କର ଯାଇ ନାହିଁ ବୋଲି ଆଦିବାସୀ ମୋର୍ଚ୍ଚା ଅଭିଯୋଗ କରିଛି । ଏଥିପାଇଁ ଭାରତବର୍ଷ ର ଏସସି, ଏସଟି, ଓବିସି ଶ୍ରେଣୀର ପରିବାର କେବେ ମଧ୍ୟ କଂଗ୍ରେସ କୁ କ୍ଷମା ଦେବେ ନାହିଁ । ରାଷ୍ଟ୍ରପତିଙ୍କୁ ସଂପର୍କରେ ସୋନିଆ ଗାନ୍ଧୀ ଅସୂୟା ମନ୍ତବ୍ୟ ଦେଇଥିବାରୁ ପ୍ରତିବାଦ କରିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ବିଜେପି ଯୁବ ମୋର୍ଚ୍ଚା । ଯୁବମୋର୍ଚ୍ଚା ଓ ରାଜ୍ୟ ଆଦିବାସୀ ମୋର୍ଚ୍ଚା ପଦ୍ମପୁର ପକ୍ଷରୁ ବଜାର ଛକରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ କୁଶପୁତଲିକା ଦାହ କରିଥିଲେ। ଏଥିରେ ପଦ୍ମପୁର ଯୁବମୋର୍ଚା ସଭାପତି ନଚିକେତା ସାହୁ, ଏସଟି ମୋର୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର, ବରିଷ୍ଠ ନେତା ସୁର ପାଢୀ, ଜିଲ୍ଲା ଯୁବମୋର୍ଚା ଉପ ସଭାପତି କାଁହୁ ପଣ୍ଡା, ବାଙ୍କ ପ୍ରଧାନ, ଅଚିନ୍ତ ପାଢ଼ୀ ,ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ଗୌଡ଼, ଡମ୍ବୁରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
