(ପ୍ରତିଫଳନ ମିଡ଼ିଆ)
ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା )ର ସମ୍ପାଦକ ଭାବେ ଡ: ଈଶ୍ୱର ଚନ୍ଦ୍ର ନାୟକ ମନୋନୀତ ହୋଇଛନ୍ତି ।ସେ ସୋସିୟୋଲୋଜି ବିଭାଗର ସହକାରୀ ପ୍ରଫେସର ଭାବେ ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।ରାୟଗଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଏଭଳି କୃତିତ୍ବ ପାଇବାରେ ରାୟଗଡ଼ା ଜିଲ୍ଲାରୁ ସେ ପ୍ରଥମ । ଏଭଳି ସମ୍ମାନୀୟ ପଦବୀରେ ଅବସ୍ଥାପିତ ହେବ ଘଟଣା ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ।ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ମୁନସଗାଁ ପଞ୍ଚାୟତ କାତିଖମନ ଗାଁ ରେ ଦଳିତ ପରିବାରରୁ ଜନ୍ମ ଗ୍ରହଣ କରିଥିବା ଈଶ୍ୱର ନାୟକ ଡିଏଭି କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରେ ଜବାହରଲାଲ ନେହୂରୁ ବିଶ୍ଵ ବିଦ୍ୟାଳୟର ଲଢ଼ୁଆ ଛାତ୍ର ନେତା ଭାବେ ପରିଚୟ ସୃଷ୍ଟି କରିଥିଲେ । ବର୍ତ୍ତମାନ ଓଡ଼ିଶାର ଅତି ପୁରାତନ ଓ ଖ୍ୟାତି ହାସଲ କରିଥିବା ରେଭେନସା ବିଶ୍ଵ ବିଦ୍ୟାଳୟ ଶିକ୍ଷକ ସଂଘ ସଂପାଦକ ହୋଇ ପୁଣି ନିଜର ନେତୃତ୍ୱ ଓ ଦକ୍ଷତାକୁ ପ୍ରତିପାଦିତ କରିଛନ୍ତି । ସେ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲାର ଚଇତି ସମ୍ମାନ, କୋରାପୁଟ ଗୌରବ ସମ୍ମାନ ହାସଲ କରିଛନ୍ତି ।ଏହା ସହ ସେ ବିଶ୍ଵର ବିଭିନ୍ନ ଦେଶ ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ସେମିନାରରେ ଯୋଗ ଦେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ୟୁକେ।, ଥାଇଲାଣ୍ଡ,ସାଉଥ୍ କୋରିଆ, କାନାଡା, ବ୍ରାଜିଲ, ଜର୍ମାନ, ପୋଲାଣ୍ଡ ଭଳି ଦେଶ ପରିଭ୍ରମଣ କରିଛନ୍ତି । ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ଈଶ୍ୱର ନାୟକଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସଂଗଠନ ଅଭିନନ୍ଦନ ଜଣାଇଛନ୍ତି ।