(ପ୍ରତିଫଳନ ମିଡ଼ିଆ)
ସମୟର ପ୍ରତିଫଳନ ଯାହା ଅନୁମାନ କରୁଥିଲା ତାହା ସତ୍ୟ ପ୍ରମାଣିତ ହେଲା । ଏକ ବଙ୍ଗଳା ଭାଷାର ନ୍ୟୁଜ ଚ୍ୟାନେଲ ଛି ଛି ଛିରେ ନୁନି ଛି କୁ ସମ୍ବଲପୁରୀ ବୋଲି ଖବର ପ୍ରସାରଣ କଲା । ଅବଶ୍ୟ ଏହା ସେହି ଚ୍ୟାନେଲର ଭୁଲ ନୁହେଁ । ଓଡ଼ିଶାର ଏକ ପ୍ରତିଷ୍ଠିତ ମ୍ୟୁଜିକ ଚ୍ୟାନେଲ ଓ କ୍ୟାସେଟ କମ୍ପାନୀ ଦ୍ଵାରା କରାଯାଇଥିବା ଚଞ୍ଚକତା ଯୋଗୁଁ କେବଳ ବଙ୍ଗଳା କାହିଁକି ସବୁ ପ୍ରାନ୍ତରରେ ଦେଶିଆର ଏହି ହିଟ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଗୀତକୁ ସମ୍ବଲପୁରୀ ବୋଲି ଧରି ନେଇଛନ୍ତି । ଦୁଇଟି ଆଗ ଧାଡ଼ିର ମ୍ୟୁଜିକ କଂପାନୀ ନିଜ ୟୁ ଟ୍ୟୁବ ହ୍ୟାଣ୍ଡେଲରେ ବାଲିଫୁଲର ସମସ୍ତ ଆଠଟି ଦେଶିଆ ଗୀତକୁ ସମ୍ବଲପୁରୀ ହିଟ ଗୀତ ବୋଲି ପ୍ରଚାର କରି ଚାଲିଛି । ଏଥିଯୋଗୁଁ ଏଭଳି ଭ୍ରମାନ୍ତକ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆମେ ଏକ ଖବର ପ୍ରକାଶିତ କରିଥିଲୁ । ଏହାକୁ ଆଦିବାସୀ ସଂଘ, ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ସମିତି ସହ ଆଗ ଧାଡ଼ିର ପ୍ରିଣ୍ଟ ମିଡ଼ିଆ ସହଯୋଗ କରିଛନ୍ତି । ଧୀରେ ଧୀରେ ବଢୁଛି ଅସନ୍ତୋଷ । ତେବେ ଏ ନେଇ ଅବିଭକ୍ତ କୋରାପୁଟର ନିର୍ବାଚିତ ପ୍ରତିନିଧିମାନେ ତଥାପି ଚୁପ ରହିଛନ୍ତି ।ତେବେ କମ୍ପାନୀଦ୍ବୟ ନିଜର ଭୁଲକୁ ନ ସୁଧାରିବା ଯାଏ ପ୍ରତିଫଳନ ମିଡିଆର ଏହି ଅଭିଯାନ ଚାଲିବ । ଏବେ ନିମ୍ନରେ ଆମେ ନିକଟରେ ପଶ୍ଚିମବଙ୍ଗର ହୁଗୁଳି ନ୍ୟୁଜରେ ପ୍ରସାରିତ ହିଟ ଦେଶିଆ ଗୀତକୁ ନେଇ କଣ ପ୍ରାସାରିତ ହୋଇଛି ଦେଖନ୍ତୁ ।
https://www.facebook.com/share/v/15sPFPDtQ3
ଦୁଃଖର କଥା ସ୍ବର୍ଗତ ସତ୍ୟ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏହି ଦେଶିଆ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ସବୁଠୁ ଆଗରେ ଥିବାବେଳେ ଏହାକୁ କିନ୍ତୁ ସମ୍ବଲପୁରୀ ହିଟ ଗୀତ ବୋଲି ପରିଚିତି ମିଳୁଛି । ଏହା କେବଳ ଓଡ଼ିଶାର ଦୁଇ ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀଙ୍କ ଅପରିଣାମଦର୍ଶିତା ଯୋଗୁଁ ହୋଇଛି । ସ୍ବର୍ଗତ ଅଧିକାରୀଙ୍କ ପରିବାର ଓ ଆଦିବାସୀ ସମାଜ ମଧ୍ୟ ଦୁଃଖ ପ୍ରକଟ କରିବା ସହିତ କଂପାନୀ ଦ୍ବୟ କ୍ଷମା ମାଗିବା ସହ ଭୁଲକୁ ସଂଶୋଧନ କରିବାକୁ ଦାବି କରିଛନ୍ତି । କଂପାନୀ ଦ୍ବୟ ତୁରନ୍ତ ନ ସୁଧୁରିଲେ ପରିସ୍ଥିତି ଉଗ୍ର ହୋଇପାରେ ।
