କ୍ରିକେଟ ଖେଳାଳୀଙ୍କ ପାଇଁ ଦୀର୍ଘ ସମୟ ଧରି କଟକ ଲିଙ୍କ ରୋଡରେ ଅଟକି ରହିଲା ଶହ ଶହ ଗାଡ଼ି◆ଅସମ୍ଭବ ଗହଳିରେ ଲୋକେ ହନ୍ତସନ୍ତ

(ପ୍ରତିଫଳନ ମିଡ଼ିଆ)

କଟକ ଲିଙ୍କ ରୋଡ ନିକଟରେ ରାସ୍ତା ଜାମ ରହିଛି। ଦୀର୍ଘ ଏକ ଘଣ୍ଟା ସମୟ ଧରି ଭୁବନେଶ୍ୱର ଅଭିମୁଖେ ଆସିଥିବା ଗାଡ଼ି ଗୁଡିକୁ ଅଟକ ରଖାଯାଇଥିଲା । ବାରବାଟି ଷ୍ଟାଡିୟମରେ କ୍ରିକେଟ ଖେଳ ଦେଖି ଲୋକେ ଭୁବନେଶ୍ୱର ଫେରୁଥିବାବେଳେ ଲିଙ୍କ ରୋଡରୁ ଜାତୀୟ ରାଜପଥରେ ପ୍ରବେଶ କରିବା ରାସ୍ତାରେ ଗାଡ଼ି ଗୁଡ଼ିକୁ ଛଡ଼ା ଯାଇନଥିଲା । କ୍ରିକେଟ ଖେଳାଳି ମାନେ ଭୁବନେଶ୍ୱର ସ୍ୱତନ୍ତ୍ର ବସ ଯୋଗେ ଫେରୁଥିବା ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ କୌଣସି ଗାଡ଼ି ଛଡ଼ା ଯାଇନଥିଲା। ଖେଳାଳିମାନଙ୍କ ଗାଡ଼ି ଗଲା ପରେ ଅନ୍ୟ ଗାଡ଼ି ଗୁଡିକୁ ଛଡ଼ା ଯାଇଥିଲା । ହେଲେ ବିଳମ୍ବିତ ରାତିରେ ଦୀର୍ଘ ସମୟ ଧରି ଗାଡ଼ି ଗୁଡିକୁ ଅଟକାଇବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Spread the love