(ପ୍ରତିଫଳନ ମିଡ଼ିଆ)
ସଉରା ସମ୍ପ୍ରଦାୟର ବନ୍ଧୁ ମିଳନ କାର୍ଯ୍ୟକ୍ରମ କେନ୍ଦୁଗୁଡା ସ୍ଥିତ ବଡନାଳ ଡେମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ୍ଧୁ ମିଳନ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶବର ସମ୍ପ୍ରଦାୟ ର ବନ୍ଧୁ ମାନେ ଏକତ୍ରିତ ହୋଇ ପରସ୍ପରକୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଏହି ବନ୍ଧୁ ମିଳନ ରେ ଶବର ଜାତିର ସମସ୍ତ ସରକାରୀ କର୍ମଚାରୀ, ଅଧ୍ୟାପକ, ଅଫିସର, ଅବସରପ୍ରାପ୍ତ ସୈନ୍ୟ ବିଭାଗର କର୍ମଚାରୀମାନେ ଓ ବିଶେଷ କରି ଅଞ୍ଚଳର ମହିଳା ମାନେ ଅଧିକ ସଂଖ୍ୟା ରେ ଯୋଗ ଦେଇଥିଲେ। ଏସ୍ ପି ମାଙ୍ଗାଇ ଆଶ୍ରମ ର କୁନି କୁନି ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତି ସମାଗମର ମୁଖ୍ୟ ଆକର୍ଷଣ ଥିଲା । ଉପସ୍ଥିତ ସମସ୍ତ ବନ୍ଧୁ ମାନଙ୍କ ପାଇଁ ମନୋରଞ୍ଜନ ର ପ୍ରବନ୍ଧ କରାଯାଇ ଥିଲା। ନିପଟ ପଲ୍ଲୀରୁ ଆସିଥିବା ମହିଳା ମାନଙ୍କ ଖୁସି ପାଇଁ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ଏବଂ ରଙ୍ଗୋଲୀ ପ୍ରତିଯୋଗିତା, ପୁଅ ଝୀଅଙ୍କ ପାଇଁ ନାଚ ଗୀତ ପ୍ରତିଯୋଗିତା ଓ ଶେଷରେ ଅନ୍ଧପୁଟୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ୱିତୀୟ , ତୃତୀୟ କ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ବନ୍ଧୁ ମିଳନ ରେ ଅବସରପ୍ରାପ୍ତ ଭୁବନେଶ୍ଵର ମୁନସିପାଲଟିର ପୂର୍ବତନ ଅର୍ଥ ଉପଦେଷ୍ଟା ଶ୍ରୀ ଲାବଣ୍ୟ ଶବର, ଶ୍ରୀ ଭାଗୀରଥି ଶବର,ଟିସାଙ୍ ଗମାଙ୍ଗ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଗମାଙ୍ଗ, ନୀଳମଣି ଗମାଙ୍ଗ,ହାଡିଆ ଶବର, ଆଡଭୋକେଟ ଜଗଦୀଶ ଗମାଙ୍ଗ, ଶବର ସଙ୍ଘ ସଭାପତି ଶ୍ରୀ ଚକ୍ରପାଣି ଶବର, ସମ୍ପାଦକ ଶ୍ରୀ ବଳରାମ ଶବର, କୋଷାଧ୍ୟକ୍ଷ ଶ୍ରୀ କାର୍ତ୍ତିକ ଗମାଙ୍ଗ, ଉପସଭାପତି ଶ୍ରୀ ଆରସୀ ଶବର,ଉପକୋଷାଧ୍ୟଖ୍ୟ ଶ୍ରୀ ବିଦ୍ୟାଧର ଶବର ପ୍ରମୁଖ ବନ୍ଧୁମିଳନ ସମାଗମ କୁ ପରିଚାଳନା କରିଥିଲେ। ଆଗକୁ ସବୁ ବର୍ଷ ଏପରି ବନ୍ଧୁ ମିଳନ କରିବା ପାଇଁ ଘୋଷଣା କରାଯାଇ ଥିଲା।
