ରାୟଗଡା ପୋଲିସ ପକ୍ଷରୁ “ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

(ପ୍ରତିଫଳନ ମିଡ଼ିଆ)

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ଯୋଗ ଦେବା ସହ ଜିଲ୍ଲା ଉପ-ବିଭାଗୀୟ ପୋଲିସ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ସେନାପତି ଏବଂ ସାଇବର ସେଲର ଅଧିକାରୀ କେ.ମୁରଲୀଧର ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ସ୍ଵାଗତ ଅଭିଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷାର ନିୟମ ସହ ଏହାର ସୁରକ୍ଷା କେମିତି କରିବା ଏବଂ ଅନ୍ୟ ଲୋକ ମାନଙ୍କୁ କେମିତି ସଚେତନ କରିବା ସହ ସାଇବର ଠକେଇ ରୁ କେମିତି ବଞ୍ଚିତ ହେବା ଓ ସୁରକ୍ଷିତ ରହିବା ସମ୍ପର୍କରେ ଆଲୋକପାତ କରେଇ ଥିଲେ। ଯୁବ ରେଡକ୍ରସ୍ ର କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ଶମ୍ଭୁ ରାଉତ, ଶ୍ରୀ ସୁବ୍ରତ କୁମାର ପ୍ରଧାନ, ମୋନାଲିସା ପାଣିଗ୍ରାହୀ , ତୃପ୍ତିମୟୀ ଭୋଇ ସମସ୍ତ କର୍ମଚାରୀ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love