(ପ୍ରତିଫଳନ ମିଡ଼ିଆ)
ରାୟଗଡା ଜିଲ୍ଲା ଗୁଡାରି ଥାନା ବଡକୁଡିଙ୍ଗ୍ ଛକ ନିକଟରେ ଏକ ମାକ୍ସ ପିକଅପ ରେ ୧୮ ଟି ଜରିବସ୍ତାରେ ଭର୍ତ୍ତି ଗଂଞ୍ଜେଇ କୁ ଜବତ କରିଛି ପୋଲିସ୍। ଗଂଞ୍ଜେଇ ଚୋରାଚାଲାଣ କୁ ନେଇ ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଗାଡି ର ପିଛା କରିଥିଲା । ଗଂଞ୍ଜେଇ ଚୋରାଚାଲାଣ କରୁଥିବା ଗାଡି ଚାଳକ ବଡ କୁଡିଙ୍ଗି ଛକ ନିକଟରେ ମାକ୍ସ ପିକଅପ ଗାଡିକୁ ଛାଡି ଫେରାର ହୋଇ ଯାଇଛି । ଏହି ଗାଡିରେ ଗଂଞ୍ଜେଇ ଭର୍ତ୍ତି ହୋଇ ଗୁଡାରି ରୁ ଗୁମୁଡା ଅଭିମୁଖେ ଚାଲାଣ ହେଉଥିଲା। ଏହାପରେ ବାହାର ରାଜ୍ୟକୁ ଚାଲାଣ ହେବାର ଯୋଜନା ହୋଇଥାଇ ପାରେ ବୋଲି ଗୁଡାରି ପୋଲିସ୍ ପକ୍ଷରୁ ସନ୍ଦେହ କରୁଛି । ପୋଲିସ୍ ଗାଡିକୁ ଜବତ କରିବା ସହ ସେଥିରେ ଥିବା ୧୮ ଟି ବସ୍ତା ଗଂଞ୍ଜେଇ କୁ ଜବତ କରିଛି। ଜବତ ହୋଇଥିବା ଗଂଞ୍ଜେଇ ୪୧୬ କେଜି ରହିଥିବା ଜଣାପଡିଛି। ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଏହି ଗଂଞ୍ଜେଇ ର ଓଜନ କରାଯାଇଛି। ଏହି ଗଂଞ୍ଜେଇ ଚୋରାଚାଲାଣ ରେ ଅଧିକା ତଦନ୍ତ ପୋଲିସ୍ ଜାରି ରଖିଛି। ଏଥିରେ କିଙ୍ଗ୍ ପିନ୍ କିଏ, ଗାଡି ମାଲିକ କିଏ ଆଉ କାହାର ଚୋରାଚାଲାଣ ପଛରେ କେଉଁ ମାନେ ସଂମ୍ପୃକ୍ତି ରହିଛି। ଗଂଞ୍ଜେଇ କେଉଁଠାରୁ ବାହାରିଥିଲା ଏହି ସମସ୍ତ ଘଟଣା ର ତଦନ୍ତ ଚଳାଇଛି ପୋଲିସ୍।