୧୫ବର୍ଷ ପରେ ଘରକୁ ଫେରିଲେ ବାମଦେବ◆ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନ କଲେ ସହଯୋଗ


(କାଶୀପୁର ) ପ୍ରତିଫଳନ ମିଡ଼ିଆ

୧୫ ବର୍ଷ ପରେ ଘରକୁ ଫେରିଲା ପୁଅ । ଗାଁ ରେ ଖୁସିର ଲହରୀ । ୧୫ ବର୍ଷ ତଳେ ରାୟଗଡା ଜିଲ୍ଲା କାଶୀପୁର ସଦର ବ୍ଲକ କଲୋନୀ ସାହିର ବାମଦେବଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ କେଉଁ ଆଡ଼େ ଚାଲିଯାଇଥିଲେ । ତାଙ୍କ ପରିବାର ବହୁ ଖୋଜାଆଖୋଜି କରିବାପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ଶେଷରେ ପରିବାର ଲୋକେ ବାମଦେବଙ୍କ ଉପରେ ଆଶା ଛାଡିଦେଇଥିଲେ । କିନ୍ତୁ ଚଳିତ ସପ୍ତାହରେ ମୁମ୍ବାଇ ର ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଖବର ଆସିଲା ଯେ ବାମଦେବ ଙ୍କ ବିଷୟରେ ଭିଡିଓ କଲରେ ପରିବାର ଦେଖିବା ପରେ ତାଙ୍କ ପରିବାର ପାଖକୁ ଉକ୍ତ ସଂସ୍ଥାର ସାମାଜିକ କର୍ମୀ ସୁନିଲ କୁମାର ଦାସ ଟ୍ରେନ ଯୋଗେ ବାମଦେବଙ୍କୁ ତାଙ୍କ ପରିବାର ପାଖରେ ଆଣି ଛାଡ଼ିଥିଲେ ।
ବାମଦେବ ଙ୍କ କହିବା ଅନୁସାରେ ପୂର୍ବରୁ ତାଙ୍କ ମାନସିକ ଅବସ୍ତା ଠିକ ନଥିବା ବେଳେ ଦୀର୍ଘ ୧୫ ବର୍ଷ ତଳେ କୁଆଡେ ଚାଲିଯାଇଥିଲେ କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ବାମଦେବଙ୍କ ବାପା ମା ପୂର୍ବରୁ ଆର ପାରିରେ ଚାଲିଯାଇଥିଲା ବେଲେ ତାଙ୍କ ଦୁଇ ଜୁଇଁ ସଦା ଏବଂ ରଞ୍ଜନ ତାଙ୍କୁ ପୁଅ ଭଳିଆ ଦାୟତ୍ଵ ନେଉଥିଲେ କିନ୍ତୁ ତାଙ୍କ ନିଖୋଜ ପରେ ତାଙ୍କ ପରିବାର ପୁରା ଭାଙ୍ଗିପଡ଼ିଥିଲେ । ହଠାତ ବାମଦେବଙ୍କୁ ପାଇବାପରେ ପରିବାର ଏବଂ ତାଙ୍କ ସମ୍ପର୍କୀୟ ଖୁସିରେ ତାଙ୍କୁ ଆଣିବାରେ ସାହାଜ୍ୟ କରିଥିବା ସାମାଜିକ କର୍ମୀ ଏବଂ ଉକ୍ତ ସଂସ୍ଥା ଙ୍କୁ ଧନ୍ୟବାଦ ଦେବା ସହ ସମ୍ମାନରେ ପାଛୋଟି ନେଇଥିଲେ । ବମ୍ବେ ଶ୍ରଦ୍ଧା ଫାଉଣ୍ଡେସନ ର ସାମାଜିକ କର୍ମୀଙ୍କ କହିବା ଅନୁଯାୟୀ ବାମଦେବ ୨୦୧୯ ମସିହାରେ ମୁମ୍ବାଇ ର ଦାଦର ଷ୍ଟେସନ ନିକଟରେ ବହୁତ ଦୟନିୟ ଅବସ୍ଥାରେ ପଡି ରହିଥିଲେ ଏବଂ ଶ୍ରଦ୍ଧା ଫାଉଣ୍ଡେସନର ସାମାଜିକ କର୍ମୀ ମାନେ ତାଙ୍କୁ ନେଇ ଭାରତ ର ବଡ ମନସ୍ତତ୍ଵବିତ ଡାକ୍ତର ଭରତ ଭଟୱାନୀ ଏବଂ ଉକ୍ତ ସଂସ୍ଥାର ସାମାଜିକ କର୍ମୀ ମାନେ ଉତ୍ତମ ଚିକିତ୍ସା କରେଇଥିଲେ କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ଯାଏଁ ନିଜ ପରିଚୟ କିଛି କହିପାରିନଥିଲେ ଶେଷରେ ଗତ ମାସରେ କାଶୀପୁର ରଥଯାତ୍ରା ଏବଂ ହରିଜନପଡା ସ୍କୁଲ ଏବଂ ସୁନାବେଡା କଥା କହିବାପରେ ସାମାଜିକ କର୍ମୀ ସୁନିଲ ଦାସ କାଶୀପୁର ର ଫୋଟୋଗ୍ରାଫର ସରୋଜ କୁମାର ଙ୍କୁ ସୋସିଆଲ ମିଡିଆରେ ସମସ୍ତ ବିଷୟ କହିଥିଲେ । ସରୋଜ ସଙ୍ଗେ ସାଙ୍ଗେ କାଶୀପୁର ର ସ୍ଥାନୀୟ ସାମ୍ବାଦିକ ଟୁଲିଆ ମଣ୍ଡଳଙ୍କୁ ସମସ୍ତ ତଥ୍ୟ କହିବାପରେ ତାଙ୍କେ କାଶୀପୁର ର ବୋଲି ପରିଚୟ ଦେଇଥିଲେ । ଉକ୍ତ ସାମ୍ବାଦିକ ଶ୍ରଦ୍ଧା ଫାଉଣ୍ଡେସନ ର କର୍ମଚାରୀ ଏବଂ ବାମଦେବଙ୍କ ପରିବାର ସହିତ ଭିଡିଓ କଲ କରି ବାମଦେବ ଙ୍କୁ ଦେଖାଇବା ପରେ ବାମଦେବଙ୍କୁ ଦୀର୍ଘ ବର୍ଷ ପରେ ଦେଖି ପରିବାର କାନ୍ଦି ପକେଇଥିଲେ,ଉକ୍ତ ସଂସ୍ଥା ତରଫରୁ ତାଙ୍କୁ ଟ୍ରେନ ଯୋଗେ କାଶୀପୁର ଆଣି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ ଏବଂ ଆଗକୁ ବାମଦେବଙ୍କ ସମସ୍ତ ଔଷଧ ମଧ୍ୟ ଉକ୍ତ ସଂସ୍ଥା ତରଫରୁ ମାଗଣାରେ ଦିଆଯିବା ସହିତ ମାନସିକ ରୋଗୀଙ୍କୁ ପରିବାର କେମିତି ଦାୟତ୍ଵ ନେବେ ସେ ବିଷୟରେ ପୁଙ୍କାନୁପୁଙ୍ଖ ଭାବରେ ବୁଝାଇଥିଲେ । ବାମଦେବଙ୍କୁ ପାଇବା ପରେ ତାଙ୍କ ପରିବାର ଖୁସିରେ ଗତ ଗତ ହୋଇ କାନ୍ଦି ପକେଇଥିଲେ ଏବଂ ସହଯୋଗ କରିଥିବା ସମସ୍ତ ସାମାଜିକ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ.

Spread the love