ଗୁଣୁପୁର ପୋଲିସକୁ ପୁଣି ସଫଳତା◆୬୩୦ କେଜି ଗଞ୍ଜେଇ ସହ ଗାଡି ଜବତ

(ପ୍ରତିଫଳନ ମିଡ଼ିଆ)

ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଖର୍ଲୀଂ ଗାଁ ନିକଟ ମୁଖ୍ୟ ରାସ୍ତା ରୁ ୬୩୦ କେଜି ଗଂଞ୍ଜେଇ ସହ ବୋଲେରୋ ପିକ୍ଅପ ଗାଡିକୁ ଜବତ କରିଛି ଗୁଣପୁର ପୋଲିସ । ଏଥିସହ ଗାଡି ଚାଳକକୁ ଗିରଫ କରିଛି | ଗିରଫ ଗାଡି ଚାଳକ ଜଣଙ୍କ ହେଲେ ଅଡବା ଥାନା ବିରିକୋଟ ଗାଁ ର ଜୟନ୍ତ ବେହେରା। ସୂଚନା ଅନୁସାରେ ଅଡବା ଥାନା ବିରିକୋଟ ଅଞ୍ଚଳ ରୁ ବେଆଇନ୍ ଗଂଞ୍ଜେଇ ଚୋର ଚାଲାଣ ହୋଇ ଗଜପତି ଅଭିମୁଖେ ଯାଉଥିବା ନେଇ ପୋଲିସ ଖବର ପାଇଥିଲା । ଖବର ଅନୁସାରେ ପୋଲିସ ଖର୍ଲୀଂ ଗାଁ ନିକଟ ରେ ଗାଡି ଅଟକାଇ ଯାଂଚ କରିଥିଲା | ଆଉ ଗାଡି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା | ଗାଡି କୁ ଜବତ କରିବା ସହ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଗଂଞ୍ଜେଇ କୁ ଓଜନ  କରାଯାଇଛି। ଗାଡି ରେ 630 କେଜି ଗଞ୍ଜେଇ ଥିବା ଜଣାପଡିଛି | ଗାଡି ଚାଳକ କୁ ପୋଲିସ ଗିରଫ କରିଛି | ଅନ୍ୟ ଦୁଇ ଜଣ ଫେରାର ଥିବା କୁହାଯାଉଛି | ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ ହେବା ନେଇ ଜଣାପଡିଛି | ତେବେ ଏହି ଗଂଞ୍ଜେଇ ଚୋରାଚାଲାଣ ପଛରେ କିଙ୍ଗ ପିନ କିଏ ଏଥିରେ କେଉଁମାନଙ୍କ ହାତ ରହିଛି ସମସ୍ତ ବିଷୟକୁ ନେଇ ପୋଲିସ୍ ଅନୁସନ୍ଧାନ ଜାରି ରଖିଛି। 

Spread the love