ଗୁଣୁପୁର (ପ୍ରତିଫଳନ ମିଡ଼ିଆ)
ଜାତୀୟ ହାର ଠାରୁ ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ଗ୍ରାମାଞ୍ଚଳର ବହୁବିଧ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତ୍ୟେକ ବର୍ଷ ଏହି ଯୋଜନା ମାଧ୍ୟମରେ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଅସନ୍ତା ୨୦୨୭ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକ୍ରମ କରିବାକୁ ପ୍ରାଥମିକ ଅବସ୍ଥାରେ ଆକଳନ କରାଯାଇଛି । ଦରକାର ପଡିଲେ ୨୦୨୭ ପରେ ମଧ୍ୟ ଏହି ଯୋଜନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଦିବାସୀ ଅଧ୍ୟସିତ ଜିଲ୍ଲାରେ ଆଇ.ଟି.ଡି.ଏ ମାଧ୍ୟମରେ ଯୋଜନାର ୪୦ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ଘୋଷଣା କରାଯାଇଛି । ଗ୍ରାମାଞ୍ଚଳରେ ପାରିପାର୍ଶ୍ଵକ ଉନ୍ନତି ରାସ୍ତାଘାଟ, ଗମନାଗମନ, ଅଲୋକି କରଣ ଏବଂ ଧର୍ମାନୁଷ୍ଠାନର ଉନ୍ନତି ଉତ୍ୟାଦି ଏହି ବିକାଶ ମୂଳକ ଯୋଜନାରେ ଅଟକଳ କାରାଯାଇଛି । ଆଦିବାସୀ ଅଧ୍ୟସିତ ଜିଲ୍ଲାରେ ଏହି ଯୋଜନାର ସିଂହ ଭାଗ ଖର୍ଚ୍ଚ କରାଯିବ ବୋଲି ସ୍ଥିର ହୋଇଛି । ଯୋଜନାର ଅର୍ଥ କିଭଳି ଭାବରେ ବିନିଯୋଗ ହେବ ଓ ଏଥିରେ ବାଟମାରଣା ଦୁର୍ନିତୀ ବନ୍ଦ ହୋଇ ଲୋକଙ୍କ ନିକଟରେ ଯୋଜନାର ସୁଫଳ ମିଳିପାରିବ । ସେଥିପାଇଁ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାର କାର୍ଯ୍ୟକାରିତା ଆରମ୍ଭ ତଥା ଶେଷ ପର୍ଯ୍ୟାୟ ରୂପାୟନରେ ଆର୍ଥିକ ସ୍ୱଚ୍ଛଳତା ରଖୁବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିଜିଲାନ୍ସ କମିଟିମାନ ଗଠନ କରାଯିବ । ଯୋଜନା କାର୍ଯ୍ୟକାରି ହେବା ସମୟରେ ରାଜ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚର ଆକଳନ ଓ ସଠିକ୍ ନିରୁପଣ ପାଇଁ ତଥ୍ୟ ଅନୁସନ୍ଧାନକାରୀ କମିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବ ବୋଲି ସଙ୍ଗଠନ ପକ୍ଷରୁ ଶ୍ରୀ ନନ୍ଦ କହିଛନ୍ତି। ଜିଲ୍ଲାରେ ଚାଷୀମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଧାନର ମୂଲ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣ ଅନୁସାରେ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇପାରୁ ନାହାଁନ୍ତି । ଜିଲ୍ଲା ଯୋଗାଣ ବିଭାଗର ଚରମ ଅବହେଳା ଓ ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧୁକାଂଶ ଋଷୀ ଧାନ ଦେବା ପରେ ମଧ୍ୟ ପ୍ରାପ୍ୟ ପାଇନଥୁବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଓ ଯୋଗାଣ ବିଭାଗ ତରୁନ୍ତ ଏହି ଅଭିଯୋଗର ସମାଧାନ କରିବା ସଙ୍ଗେ ସଙ୍ଗେ ସରକାରୀ ଘୋଷଣା ଅନୁଯାୟୀ ପ୍ରଦାନ କରିବାକୁ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଦାବୀ କରାଯାଇଛି ।
ଏହିକ୍ରମରେ ସୁବାସ ଚନ୍ଦ୍ର ପଣ୍ଡା ରାୟଗଡା ଜିଲ୍ଲା ସଂଯୋଜକ, ବରିଷ୍ଠ ସମ୍ବାଦଦାତା-ରାଧାକୃଷ୍ଣ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ସଭାପତି -ସାମ୍ବାଦିକ ଈଶ୍ବର ରାଓ, କୋରାପୁଟ ଜିଲ୍ଲା ଆବାହକ– ଗଣଡ୍ରେଟି ରାମବାବୁ, ଜୟପୁର ବ୍ଲକ ସଭାପତି- ଶ୍ରୀ ନରସିଂହ ନାୟକ, ଗୁଡାରି ବ୍ଲକ ଆବାହକ ସାମାଜିକ କର୍ମୀ -ଗୌରି ଶଙ୍କର ମିଶ୍ର ପ୍ରମୁଖ ଗୁଣୁପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।