ପ୍ରତିଫଳନ ମିଡ଼ିଆ
ପ୍ରାକୃତିକ ଶୋଭାରାଜି ରେ ଭରପୂର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଖନନ ପାଇଁ ଆଜି ଜନ ଶୁଣାଣି ।ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି ।ଓଡିଶା ର କୋରାପୁଟ ଜିଲ୍ଲା, ନନ୍ଦପୁର ତହସିଲ ଅନ୍ତର୍ଗତ ବାଲଡା ଗ୍ରାମରେ ୧୪୪.୯୪୫ ହେକ୍ଟର ଲିଜ୍ ଅଞ୍ଚଳ ସ୍ଥିତ ବାଲଡା ବକ୍ସାଇଟ୍ ଖନନ ଲାଗି ଜନ ଶୁଣାଣୀ ହେଉଛି । ଖଣି ର ସର୍ବାଧିକ ମୁଲ୍ୟାଙ୍କିତ କ୍ଷମତା ୪.୦ ଏମଟି ପିଏ ଉତ୍ତୋଳନ ନିମନ୍ତେ ଏହି ଜନଶୁଣାଣୀ ହେଉଛି ।

ମେସର୍ସ କଳିଙ୍ଗ ଆଲୁମିନା ଲିମିଟେଡ଼ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ଏବଂ ଜିଲ୍ଲା ପ୍ରଶାସନ, କୋରାପୁଟ ପକ୍ଷରୁ ଲୋକଙ୍କ ମତାମତ ଗ୍ରହଣ କରାଯିବ । କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲ ଅନ୍ତର୍ଗତ ଭେଜା ମୌଜା ଖାତା ନଂ ୨୭, ପ୍ଲଟ ନଂ ୨୨୫, ୨.୪୮ ଏକର ଅଞ୍ଚଳ, ଡି-III କିସମ ର ଜମିରେ ଖଣି ଖନନ ପାଇଁ ୧୧.୦୦ ଘଟିକା ସମୟରେ ଜନଶୁଣାଣୀ ଆରମ୍ଭ ହେବ ବୋଲି କୁହାଯାଇଛି । ପ୍ରାକୃତିକ ସମ୍ପଦରେ ଭରପୁର ବାଲଦା ଗୁମ୍ଫାରେ ଖଣି ଖନନ ପାଇଁ ଲୋକେ ତୀବ୍ର ବିରୋଧ କରି ଆସୁଛନ୍ତି । ଜନଜାତିଙ୍କ କଡା ବିରୋଧ ରହିଛି । ବିଜେଡି ସରକାର ଏହାକୁ ଜୈବ ପର୍ଯ୍ୟଟନ ରୂପେ ଘୋଷଣା କରିବା ସହ ଏହାର ବିକାଶ ଲାଗି ଘୋଷଣା କରିଥିଲେ ।
ଏହିକ୍ରମରେ ଆଜିର ଏହି ଜନଶୁଣାଣୀ ବେଶ ତାତ୍ପର୍ଯ୍ୟ ମନେ କରୁଛି । ତେବେ ଜନଶୁଣାଣୀ ପୂର୍ବରୁ ନଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ଖଣି ଖନନ ଓ ଖଣି ପ୍ରଦାନକୁ ବିରୋଧ କରି କିତିବା ଛକରେ ଏକ ବିରାଟ ଶୋଭାଯାତ୍ରା ହେଉଛି । ସରକାର ଖଣି ପ୍ରଦାନ ଅପେକ୍ଷା ବାଲଦା ଗୁମ୍ଫାର ସୁରକ୍ଷା ଓ ପର୍ଯ୍ୟଟନର ବିକାଶ ଲାଗି ଦାବି କରୁଛି ମଞ୍ଚ ।
